ମୁଖ୍ୟ ଖବର ସୁରକ୍ଷା ଦାବିରେ କଲେଜ ଛାତ୍ରଙ୍କ ଆନ୍ଦୋଳନ Angul OnlineOctober 18, 2022October 18, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ୱୟଂ ଶାସିତ କଲେଜର ଛାତ୍ର ମାନେ ଆଜି ରାଜରାସ୍ତାରେ ବସିବା ସହ ସୁରକ୍ଷା ଦାବି କରିଛନ୍ତି। କଲେଜର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ ସେମାନେ ଅଭିଯୋଗ କରି ଏହି ଆନ୍ଦୋଳନ କରିଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ କଲେଜଟି ଜାତୀୟ ରାଜପଥ କଡ଼ରେ ଅବସ୍ଥିତ । ସେହି ଜାତୀୟ ରାଜପଥ ଦେଇ ଅନବରତ କୋଇଲା ବୋଝେଇ ଟ୍ରକ ସମେତ ବହୁ ଭାରିଯାନ ଚଳାଚଳ ହେଉଛି । ଯାହା ଫଳରେ ଅନେକ ସମୟରେ କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି । କଲେଜରୁ ସିଧାସଳଖ ବସଷ୍ଟାଣ୍ଡକୁ ଆଉ ଏକ ରାସ୍ତା ଥିବା ବେଳେ ସେହି ରାସ୍ତାର ଅବସ୍ଥା ଦୟନୀୟ ହୋଇ ପଡିଛି । ଏବଂ ସେହି ରାସ୍ତା ଦେଇ କଲେଜର ଥିବା ଫାଟକକୁ ଅଧ୍ୟକ୍ଷ ଖୋଲୁ ନାହାନ୍ତି । ଏହା ସହ କଲେଜରେ କୌଣସି ସୁରକ୍ଷା କର୍ମଚାରୀ ନଥିବାରୁ କଲେଜକୁ ଅଣଛାତ୍ରଙ୍କ ଅବାଧ ପ୍ରବେଶ ହେଉଛି । ଆଉ ସେହି ଅଣଛାତ୍ର ମାନେ ଛାତ୍ରୀ ମାନଙ୍କୁ ଅନେକ ସମୟରେ ଅଶ୍ଳୀଳ କମେଣ୍ଟ ମଧ୍ୟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଏହାର ସମାଧାନ ଦାବି କରି ସେମାନେ ପୂର୍ବରୁ ଅଧ୍ୟକ୍ଷ ଏବଂ ପ୍ରଶାସନକୁ ଜଣାଇଥିଲେ । ତେବେ ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସେମାନେ ରାଜରାସ୍ତାକୁ ଓଲ୍ହାଇ ଥିଲେ । ଖବର ପାଇ ତାଳଚେର ଉପ ଜିଲ୍ଲାପାଳ ଏବଂ କଲେଜ ଅଧ୍ୟକ୍ଷ ପହଁଚି ବୁଝାସୁଝା କରିବା ପରେ ଛାତ୍ରମାନେ ଆନ୍ଦୋଳନରୁ ଓହରିଥିଲେ । Advertisement
ପୁଅ ବୋହୁଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ କୃଷ୍ଣା ମହାନ୍ତି ଅନୁଗୁଳ – ବାଜି ରାଉତ ଛାତ୍ରାବାସର ଜମି ହଡ଼ପ ଉଦ୍ୟମ । ଏଭଳି ଅଭିଯୋଗ ଆଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅ ତଥା ସମାଜସେବୀ କୃଷ୍ଣା…
ଦୂର୍ଘଟଣା ପରେ ନାଳରେ ପଡିଲା ଗାଡି – ଚାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡର ଗୁରୁଜାଙ୍ଗ- ଜନ୍ଦାବାହାଳ ବଙ୍ଗାରୁ ଜୁର ନିକଟରେ ୩୦ ଫୁଟ କେନାଲ ତଳକୁ…
ହାତୀ କଙ୍କାଳ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଜଙ୍ଗଲ ଭିତରେ ଏକ ହାତୀ କେବେଠାରୁ ମରି ପଡିଥିବା ବେଳେ…