ଅପରାଧ ଭଡାଘର ମାଲିକଙ୍କ ପୁଅକୁ ଅପହରଣ ଅଭିଯୋଗରେ ଜଣେ ଗିରଫ Angul OnlineJuly 13, 2022July 13, 2022 ଅନୁଗୁଳ – ଘରେ ଭଡାରେ ରହୁଥିବା ଜଣେ ରାଜମିସ୍ତ୍ରୀ ଘର ମାଲିକଙ୍କ ନାବାଳକ ପୁଅକୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ରମେଶ ଦଳେଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଅନୁଗୁଳରେ ରାଜମିସ୍ତ୍ରୀ କାମ କରୁଥିବା ବରୀ ଅଞ୍ଚଳର ରମେଶ ଦଳେଇ ନାମକ ଜଣେ ବ୍ୟକ୍ତି ଅନୁଗୁଳ ସହର ଉପକଣ୍ଠ ପରତରାରେ ବିଜୁଳି ନାୟକଙ୍କ ଘରେ ଭଡ଼ାରେ ରହୁଥିଲା । କିଛି ଦିନ ତଳେ ସେ ବିଜୁଳି ନାୟକଙ୍କ ପାଖରୁ ୨୧ ହଜାର ଟଙ୍କା ଉଧାର ଆକାରରେ ନେଇଥିଲା । ଏହି ଟଙ୍କା ଫେରାଇବାକୁ ବିଜୁଳି କହିବାରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହା ପରେ ରମେଶ ବିଜୁଳିଙ୍କ ୯ ବର୍ଷର ପୁଅକୁ ନେଇ ଫେରାର ହୋଇ ଯାଇଥିଲା । ଏନେଇ ବିଜୁଳି ଅନୁଗୁଳ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୫୧୮/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତଦନ୍ତ ବେଳେ ରମେଶ ନାବାଳକକୁ ନେଇ କଟକ ଧବଳେଶ୍ଵର ପାଖରେ ଥିବା ଖବର ପାଇ ପୁଲିସ ଚଢାଉ କରି ରମେଶକୁ ଗିରଫ କରିବା ସହ ନାବାଳକକୁ ଉଦ୍ଧାର କରିଛି । Advertisement
ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମନା ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଗତ ୧୮/୦୬/୨୦୨୦ ମସିହାରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ । ୨୦୨୦ ମସିହା ସେପ୍ଟେମ୍ବର ୧୧ ତାରିଖରେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାକୁ…
ସଟର ତାଡି ଦୋକାନରୁ ଚୋରି – ଲୁଟିନେଲେ ଟଙ୍କା , ମୋବାଇଲ ଓ କମ୍ପ୍ୟୁଟର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ହାଟଛକରେ ଥିବା ଏକ ମୋବାଇଲ ଦୋକାନରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ଦୋକାନ ମାଲିକ ସନାତନ ପାଳ…