ମୁଖ୍ୟ ଖବର ରାସ୍ତାରେ ଜଳିଗଲା ସ୍କୁଟି Angul OnlineJuly 13, 2022July 13, 2022 ଅନୁଗୁଳ – ରାସ୍ତାରେ ସ୍କୁଟି ଚଲାଇ ଯାଉଥିବା ବେଳେ ଜଳିଗଲା ସ୍କୁଟି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର-ସାତମାଇଲ ରାସ୍ତାର ମାଧିଆମୁଣ୍ଡା ଗ୍ରାମ ନିକଟରେ ଏଭଳି ଏକ ଘଟଣା ଘଟିଛି । ସୂଚନା ଅନୁଯାୟୀ ବରଗଡ଼ ଅଞ୍ଚଳର ରମେଶ ବାଗ ନାମକ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ମହୀଧରପୁର ଅଞ୍ଚଳରେ ଭଡ଼ାରେ ରୁହନ୍ତି । ଆଜି ରମେଶ ବାଗ ତାଙ୍କ ସ୍କୁଟି ଧରି ମହୀଧରପୁର ଗ୍ରାମକୁ କିଛି ଜିନିଷ କିଣିବାକୁ ଆସୁଥିବା ବେଳେ ମାଧିଅମୁଣ୍ଡା ଗ୍ରାମ ନିକଟରେ ହଠାତ ସ୍କୁଟିରେ ନିଆଁ ଲାଗିଥିଲା । ନିଜ ଜୀବନ ବଞ୍ଚାଇବାକୁ ଯାଇ ସ୍କୁଟିରୁ ରମେଶ ଡେଇଁ ପଡ଼ିଥବା ବେଳେ ଆଖି ସାମ୍ନାରେ ସ୍କୁଟିଟି ହୁ ହୁ ହୋଇ ଜଳି ପାଉଁଶ ହୋଇ ଯାଇଥିଲା । ତେବେ ସ୍କୁଟି ଟି ସର୍ଟ ସର୍କିଟି ଯୋଗୁଁ ନିଆଁ ଲାଗିଥିବା ସ୍କୁଟି ମାଲିକ କହିଛନ୍ତି । Advertisement
ଅନୁଗୁଳରେ ମଧ୍ୟ ମହା ଶିବରାତ୍ରୀରୁ ‘ତାଣ୍ଡବ’ କଟକ – ମହାଦେବ ଫିଲ୍ମ ହୋମ ପ୍ରଡକ୍ସନ୍ ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ତାଣ୍ଡବ’ ଏଇ ମହା ଶିବରାତ୍ରୀରେ (ମାର୍ଚ୍ଚ ୧୧) ରିଲିଜ୍ ହେବା ପାଇଁ ସ୍ଥିର ହୋଇଛି…
ବିଦ୍ୟୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ ତାଳଚେର – ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ କର୍ମଚାରୀ ଜଣଙ୍କ ହେଲେ ରେଙ୍ଗାଳି…
ବରିଷ୍ଠ ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା – ଅଭିଯୁକ୍ତ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ଏକ ହତ୍ୟାକାଣ୍ଡ ଘଟି ଯାଇଚି । ଗାଁର…