ଅପରାଧ ମୋଟରସାଇକେଲ ବିକିବାକୁ କହି ଠକି ନେଲେ ଚାଳିଶ ହଜାର ଟଙ୍କା Angul OnlineJuly 13, 2022July 13, 2022 ଅନୁଗୁଳ – ଫୋନରେ ମୋଟରସାଇକେଲ ଅଳ୍ପ ଦାମରେ ବିକ୍ରି କରିବାର ପ୍ରଲୋଭନ ଦେଖାଇ ଚାଷୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟିଆ ନେଲେ ସାଇବର ଠକ । ଆଉ ଟଙ୍କା ଫେରସ୍ତ ମାଗିବାରୁ ନିଜକୁ ଆର୍ମୀ ଅଫିସର କହି କେସ କରି ଫସାଇଦେବାର ଧମକ ଦେଲେ । ବାଧ୍ୟ ହୋଇ ଶେଷରେ ଚାଷୀ ଜଣଙ୍କ ପୁଲିସର ଦ୍ଵାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ଚାଙ୍ଗୁଡିଆ ଗାଁର ୨୩ ବର୍ଷୀୟ ସୁମନ୍ତ ସାହୁଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜର ନାମ ସୂର୍ଯ୍ୟମଣି ସାହୁ କହିବା ସହ ନୂଆଁ ମୋଟରସାଇକେଲ କିଣିବାକୁ ଚାହୁଁଛ କି ବୋଲି ପଚାରିଥିଏଲ । ଆଗନ୍ତୁକଙ୍କ ପ୍ରଶ୍ନ ଶୁଣି ମୋଟରସାଇକେଲ କିଣିବାର ଆଗ୍ରହ ଥିବାରୁ ସୁମନ୍ତ ହଁ କରିଥିଲେ । ଆଉ ଏଥିପାଇଁ ମେମ୍ବରସିପ ଗ୍ରହଣ କଲେ ମାତ୍ର ୨୧ ହଜାର ଟଙ୍କାରେ ମୋଟରସାଇକେଲ ମିଳିବ ବୋଲି ଫୋନ କରିଥିବା ବ୍ୟକ୍ତି ଜଣଙ୍କ ପ୍ରଲୋଭନ ଦେଖାଇଥିଲେ । ଆଉ ଏଥିରେ ଭଳି ଯାଇ ସୁମନ୍ତ ମେମ୍ବରସିପ ଗ୍ରହଣ ପାଇଁ ଜୁଲାଇ ୯ ତାରିଖରେ ଫୋନ ପେ ମାଧ୍ୟମରେ ପ୍ରଥମେ ୧୧୫୦ ଟଙ୍କା ଡିପୋଜିଟ କରିଥିଲେ । ପରେ ପୁଣି କହିବାରୁ ୧୦ ତାରିଖରେ ସୁମନ୍ତ ପର୍ଯ୍ୟାୟକ୍ରମେ ୭ ହଜାର , ୭ହଜାର ୧୫୦ ଟଙ୍କା , ୧୫ ହଜାର ଟଙ୍କା ଏବଂ ଏକ ହଜାର ଟଙ୍କା , ୯ ହଜାର ଟଙ୍କା କରି ମୋଟ ୪୦ ହଜାର ୩୦୦ ଟଙ୍କା ପଠାଇଥିଲେ । ତେବେ ଗତକାଲି ପୁଣି ୧୧ ହଜାର ୩୦୦ ଟଙ୍କା ଡିପୋଜିଟ କରିବାକୁ କହିବାରୁ ସୁମନ୍ତ୍ଙ୍କ ସନ୍ଦେହ ହୋଇଥିଲା । ଆଉ ସେ ମୋଟରସାଇକେଲ ନେବାକୁ ଚାହୁଁ ନାହାନ୍ତି , ତାଙ୍କୁ ତାଙ୍କ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଥିଲେ । ହେଲେ ଟଙ୍କା ଫେରାଇ ହେବ ନାହିଁ ବୋଲି ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିବା ସହ ଟଙ୍କା ଡିପୋଜିଟ ନ କଲେ ତୁମ ନାମରେ ଥାନାରେ ଅଭିଯୋଗ କରିବି ବୋଲି ଧମକାଇଥିଲା । ଏହା ସହ ନିଜକୁ ଆର୍ମୀ ଅଫିଆସର କହିବା ସହ ତୁମକୁ ହଇରାଣ କରିବି ବୋଲି ଚେତାବନୀ ଦେଇଥିଲା । ତେବେ ଏହାପରେ ସେ ଠକ ହାବୁଡରେ ପଡି ଯାଇଥିବା ଜାଣିପାରି କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । Advertisement
ଚୋରା କାଠ ବୋଝେଇ ପିକଅପ୍ ସହିତ ଜଣେ ଗିରଫ କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳର କୁମୁଣ୍ଡା ବିଟ୍ ହାଉସ ଅଧିନସ୍ଥ କୋଶଳା -ହିଙ୍ଗୁଳା ରାସ୍ତାରେ ଶନିବାର ଚଢାଉ କରି ୮୩ ପିସ୍ ଶାଳ ପଟ୍ଟା,…
ମୃତ୍ୟୁ ଯାଏଁ ଅନାମକୁ କାରାଦଣ୍ଡ ଅନୁଗୁଳ – ଫାଶୀ ଦଣ୍ଡାଦେଶ ରଦ୍ଦ ହେଲା । ଆଉ ଦୁଷ୍କର୍ମ ପରେ ପଥରରେ ଛେଚି ଜଣେ ନାବାଳିକାକୁ ହତ୍ୟା କରିଥିବା ଅପରାଧୀକୁ ମିଳିଲା ଯାବତଜୀବନ କାରାଦଣ୍ଡାଦେଶ…
ମହିଳାଙ୍କୁ ହତ୍ୟା !! – କୂଅ ଭିତରୁ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଟାଙ୍ଗରସାହିର ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି…