ମୁଖ୍ୟ ଖବର ଚଣାଗଛ ପାଇଁ ଜଳିଗଲା ଚଳନ୍ତା କାର Angul OnlineFebruary 28, 2021February 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ଶୁଖା ଯାଇଥିବା ଚଣା ଗଛ ଲାଗି ଏକ ଚଳନ୍ତା କାରରେ ନିଆଁ ଲାଗି ଗାଡିର ଇଞ୍ଜିନ ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଜାମୁଣ୍ଡା ଆଡୁ ବନ୍ତଳା ଆଡକୁ ଏକ କାର ଆସୁଥିବା ବେଳେ ଗାଁର କେହି ଲୋକ ରାସ୍ତାରେ ଚଣା ସୁଖାଇଥିଲେ । ସେହି ଚଣା ଗାଡିର ଇଞ୍ଜିନରେ ଲାଖି ରହିଥିଲା । ଗାଡିଟି କିଛି ବାଟ ଯିବାପରେ ଇଞ୍ଜିନ ଗରମ ହେବା ଯୋଗୁଁ ଏଥିରେ ନିଆଁ ଧରିଥିଲା । ନିଆଁ ଲାଗି ଇଞ୍ଜିନକୁ ମଧ୍ୟ ଏହି ନିଆଁ ବ୍ୟାପିଥିଲା । ଗାଡିରୁ ନିଆଁ ଓ ଧୂଆଁ ଦେଖି ଲୋକ ଅଟକାଇବା ପରେ ଗାଡିରୁ ଚାଳକ ଓ ବସିଥିବା ଲୋକ ଗାଡି ଛାଡି ବାହାରକୁ ପଳାଇ ଆସିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ତେବେ ଗାଡିଟିର ଇଞ୍ଜିନ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଏହାର ବନେଟ ଭାଙ୍ଗି ପାଣି ଢାଳିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । Advertisement
୨୦ଦଫା ଦାବି ନେଇ ଖଣି ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ୨୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ କୋଇଲା ଖଣି ଏବଂ ସମସ୍ତ…
ଆସନ୍ତା ୮ ତାରିଖ ବ୍ଲାକ ଡାଇମଣ୍ଡ ଓ ପବିତ୍ର ମୋହନ ମେଡିକାଲ ଉଦଘାଟନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ପ୍ରତିକ୍ଷିତ ତାଳଚେର ମେଡିକାଲ ଓ ବ୍ଲାକ ଡାଇମଣ୍ଡ ଆସନ୍ତା ୮ ତାରିଖରେ ଉଦଘାଟନ ହେବ । ଏଥିପାଇଁ ସରକାରୀ ସ୍ତରରେ…
ଆମ ହସ୍ପିଟାଲ ଯୋଜନାରେ ସାମିଲ ଦାବିରେ ଛେଣ୍ଡିପଦା ବନ୍ଦ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ‘ଆମ ହସ୍ପିଟାଲ’ ଯୋଜନାରେ ସାମିଲ କରିବା ଦାବିରେ ସୋମବାର ଛେଣ୍ଡିପଦା ବଂଦ…