ଅପରାଧ ନିଜ ଦେହରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳାଙ୍କ ଆତ୍ମହତ୍ୟା Angul OnlineJanuary 27, 2021January 27, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଜମରଡିହ ଗାଁ ରେ ବୁଧବାର ନିଜ ଦେହ ରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଜମରଡିହ ଗ୍ରାମର ଶଙ୍କର ଧୀବରଙ୍କ ସ୍ତ୍ରୀ ପ୍ରଣତି ଧୀବର ୯ ମାସର ଅନ୍ତଃସତ୍ଵା ଥିଲେ । ଆଜି ସନ୍ଧ୍ୟା ସମୟରେ ଘରେ କେହି ନଥିବା ସମୟରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ଚିତ୍କାର ଶୁଣି ଗ୍ରାମବାସୀ ଘରେ ପହଞ୍ଚିବା ବେଳକୁ ପ୍ରଣତି ଘର ଦୁଆରରେ ପଡିଥିବା ଦେଖିଥିଲେ । ସେତେବେଳକୁ ପ୍ରଣତିଙ୍କ ମୃତ୍ୟୁ ହୋଇ ସାରିଥିଲା । ମୃତ ପ୍ରଣତିଙ୍କ ସ୍ୱାମୀ ଶଙ୍କର କେନ୍ଦୁଝର ଅଞ୍ଚଳରେ କାମ କରୁଥିବାବେଳେ ସେ ଘରେ ରହୁ ନଥିଲେ । ପ୍ରଣତି ଘରେ ନିଜ ଶଶୁର, ଦେଢଶୁର ଏବଂ ଦୁଇ ଛୁଆଙ୍କ ସହ ରହୁଥିବାବେଳେ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡି ନାହିଁ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତଦନ୍ତ ପରେ ହିଁ ନିଆଁ କେମିତି ଲାଗିଲା ଆଉ ମୃତ୍ୟୁ କିଭଳି ହେଲା ତାହା ଜଣା ପଡିବ । Advertisement
ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱର – ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ…
ତିନି ଆନ୍ତଃଜିଲ୍ଲା ଡକାୟତ ଗିରଫ – ଜିଲ୍ଲାରେ ୧୯ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା କରିଥିଲେ ଲୁଟ ଛେଣ୍ଡିପଦା-ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା l ୭ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଠାବ କରିବା ସହିତ ୩ ଜଣଙ୍କୁ ଗିରଫ କରିବାରେ…
ଗୁଳିମାଡରେ ଯୁବକ ଆହତ ଘଟଣା – ଗୁଳି କରିଥିବା ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଜଣଙ୍କୁ ପୁଲିସ ଗିରଫ କରିଛି । ତାଙ୍କ…