ମୁଖ୍ୟ ଖବର ଲାଞ୍ଚ ନେଇ ଚାକିରୀରୁ ବିଦା ହେଲେ ବରିଷ୍ଠ କିରାଣୀ Angul OnlineSeptember 19, 2024September 19, 2024 ଅନୁଗୁଳ – ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏବେ ଚାକିରୀରୁ ବିଦା ହେଲେ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର ପୂର୍ବତନ ବରିଷ୍ଠ କିରାଣୀ ତଥା ଏବେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ର ବରିଷ୍ଠ ରାଜସ୍ବ ସହାୟକ ଥିବା ଲମ୍ବୋଦର ବେହେରା ସରକାରୀ ଚାକିରୀରୁ ବିଦା ହୋଇଛନ୍ତି । ୨୦୧୨ ମସିହାରେ ସେ ଛେଣ୍ଡିପଦା ତହସିଲରେ ଚାକିରି କରୁଥିଲା ବେଳେ ଜମି ପଟ୍ଟା ଦେବାକୁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ତାଙ୍କ ସହ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ । ଏହି ମାମଲାରେ ଗତ ଜୁଲାଇରେ ତାଙ୍କୁ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲା । ତାଙ୍କୁ ଅଦାଲତ ୨ ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହ ଜରିମାନା କରିଥିଲେ । ଏହା ସହିତ ଲମ୍ବୋଦର ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ସରକାରଙ୍କୁ ଚିଠି କରାଯାଇଥିଲା । ଶେଷରେ ସରକାର ତାଙ୍କ ଉପରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଚାକିରୀରୁ ବିଦା କରିଛନ୍ତି । Advertisement
କଣ୍ଟେନର ଧକ୍କାରେ ଶିକ୍ଷକ ମୃତ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡାର ଜଣେ ଶିକ୍ଷକ କୌଣସି କାର୍ଯ୍ୟରେ ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥରେ କାଉଁସିରିପାଲି ପଟ ରାସ୍ତାରେ ନିଜ ସ୍କୁଟିରେ …
ବର୍ଷକୁ ୬୦ ହଜାର ଲୋକ ସାପ କାମୁଡାରେ ମୃତ୍ଯୁ ମୁଖରେ ପଡୁଛନ୍ତି – ଡା. ପି ଗୌରୀ ଶଙ୍କର ଅନୁଗୁଳ – କଳିଙ୍ଗ ଫାଉଡେସନ ଓ ପିପୁଲ ଫର ଆନିମଲ ପକ୍ଷରୁ ଓଡିଶା ବନ ବିଭାଗ ସହାୟତାରେ ଅନୁଗୁଳ ଫରେଷ୍ଟ ଟ୍ରେନିଂ କଲେଜ ଠାରେ ଏକ ସାପ…
ଭାରିଯାନ ଚଳାଚଳ ଉପରେ ଗ୍ରାମବାସୀ ଲଗାଇଲେ କଟକଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ଦେଇ ଯାଇଥିବା ରାଜ୍ୟ ରାଜପଥରେ ଅନେକ ଦିନ ହେଲା କୋଇଲା ଗାଡି ଚଳାଚଳ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି…