ମୁଖ୍ୟ ଖବର ଚଳନ୍ତା ଅଟୋ ଉପରେ ପଡିଲା ଗଛ – ଗର୍ଭବତୀଙ୍କ ସମେତ ଦୁଇ ମୃତ Angul OnlineMay 27, 2022May 27, 2022 ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବାଲିପଶି ଗ୍ରାମ ନିକଟରେ ଏକ ଚଳନ୍ତା ଅଟୋ ଉପରେ ଏକ ବଡ ଗଛ ଭାଙ୍ଗି ପଡିଯିବା ଫଳରେ ଅଟୋରେ ଥିବା ଜଣେ ଗର୍ଭବର୍ତୀ ମହିଳା ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ଜଣେ ଗୁରୁତର ଥିବା ଜଣା ପଡିଛି । ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ ତିଳେଇପଶି ଗ୍ରାମର ଗର୍ଭବତୀ ଅନିମା ସାହୁଙ୍କୁ ନେଇ ଜେମା ପରିଡା ଓ ତାଙ୍କ ସ୍ଵାମୀ କୁନା ପରିଡା ଏକ ଅଟୋରେ ପାଲଲହଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସି ନିଜ ଗାଁ କୁ ଫେରୁଥିଲେ । ତେବେ ବାଟରେ ହଠାତ ତାଙ୍କ ଅଟୋ ଉପରେ ଏକ ଶୁଖିଲା ଗଛ ଭାଙ୍ଗି ପଡି ଯାଇଥିଲା । ଫଳରେ ଅଟୋ ଭିତରେ ଚାପି ହୋଇ ଜେମା ପରିଡାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଅନିମା ଓ କୁନା ପରିଡାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅନିମାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଗର୍ଭବତୀ ଅଣିମାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । କୁନା ଏବେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ଅଟୋ ଚାଳକ ସତ୍ୟାନନ୍ଦ ବିଶ୍ୱାଳ ସୁରକ୍ଷିତ ଥିବା ଜଣାପଡିଛି । ମୃତହତ ମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣା ପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିଛି । ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳାଇ ଦେଇଛି । Advertisement
ଇନସପେକ୍ଟର ସ୍ତରରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଇନସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପିଙ୍କ ନିର୍ଦେଶ ଅନୁସାରେ କିଆକଟା ଥାନା ଅଧିକାରି ଭାବେ କାର୍ଯ୍ୟରତ ଇନସପେକ୍ଟର…
ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ଯୁ ଅନୁଗୁଳ – ଜାତୀୟ ରାଜପଥ ୧୪୯ ରେ ଟ୍ରକ୍ ଦୁର୍ଘଟଣାରେ ଜଣେ ନର୍ସଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ବଅଁରପାଳ ଡାକ୍ତରଖାନାରେ ଅସ୍ଥାୟୀ ନର୍ସ…
ନବଜାତକର ମୃତଦେହ ରାସ୍ତାକଡରୁ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିର୍ମାଣାଧୀନ ବାଇପାସର ବେନ୍ତପୁର ଗାଁ ମୁଣ୍ଡରୁ ଏକ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାଇପାସ ଦେଇ ଯାଉଥିବା…