ଅପରାଧ ପାରିବାରିକ କଳହରୁ ଯୁବକଙ୍କୁ ପିଟିପିଟି ହତ୍ଯା ! Angul OnlineOctober 17, 2023October 17, 2023 ଅନୁଗୁଳ – ପାରିବାରିକ କଲହରୁ ଯୁବକଙ୍କୁ ପିଟିପିଟି ହତ୍ୟା । ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋଠଭୁଇଁ ଗାଁରେ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣଙ୍କ ସେହି ଗାଁର ୨୩ ବର୍ଷୀୟ ସଚିଦା ଓରଫ କାଫୁଲୁ ଭୋଇ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମୃତକ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ତିକ୍ତତା ହୋଇଥିଲା । ଗତକାଲି ସଂଧ୍ଯାରେ ସମ୍ପର୍କୀୟଙ୍କ ଘରେ କେହି ପୁରୁଷ ଲୋକ ନଥିବା ବେଳେ ସଚିଦା ଘରେ ପଶି ପାଟିତୁଣ୍ଡ କରିଥିଲେ । ଆଜି ଏହି ଘଟଣାକୁ ନେଇ ସମ୍ପର୍କୀୟ ମାନେ ମିଳିମିଶି ସଚିଦାଙ୍କ ସହ ପାଟିତୁଣ୍ଡ କରିଥିଲେ । ମୃତକ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବାବେଳେ ଯୁବକଙ୍କ ସମ୍ପର୍କୀୟମାନେ ସଚିଦାଙ୍କୁ ବାନ୍ଧି ମାଡ଼ ମାରିଥିବା ବେଳେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା । ସଚିଦାସମ୍ପର୍କୀୟ ମାନେ ଫେରାର ହୋଇ ଯାଇଥିଲେ । ଘଟଣା ବିଷୟରେ ଖବର ପାଇ ପୁରୁଣାକୋଟ ପୋଲିସ ପହଁଚି କେଉଁ କାରଣ ଓ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହେଲା ସେ ନେଇ ଅଧିକ ତଦନ୍ତ ଜାରି ରଖିବା ସହ ମୃତଦେହ ବ୍ୟବଛେଦ ନିମନ୍ତେ ଅନୁଗୁଳ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି । Advertisement
ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଆଡହକ ଏବଂ ସେସନ ଜଜ…
ବିପୁଳ ପରିମାଣର ବେଆଇନ ବାଣ ଜବତ – ଦୁଇ ଅଟକ ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢାଉ । କାରଖାନାର ଲାଇସେନ୍ସ ନ ଥିବା ଜଣାପଡିଛି । ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା । ଛେଣ୍ଡିପଦା –…
୧୧ କେଜି ଗଞ୍ଜେଇସହ ୨ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଗୁରୁବାର ୧୧ କେଜି ଗଞ୍ଜେଇସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଦେବଗଡ଼…