ଆଞ୍ଚଳିକ ଖଣିରେ ଦୁର୍ଘଟଣା – ଜଣେ ମୃତ Angul OnlineJuly 8, 2022July 8, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଜଣେ ଠିକା ଟ୍ରକ ଡ୍ରାଇଭର ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ତାଳଚେର ଏମସିଏଲ ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡର ବ୍ରଜ ମୋହନ ସାମଲ ବୋଲି ଜଣାପଡିଛି । ସୂଚନା ଅନୁସାରେ ବ୍ରଜମୋହନ ଠିକା ସଂସ୍ଥାର ଏକ ଟ୍ରକରେ କୋଇଲା ପରିବହନ ପାଇଁ ଅନନ୍ତ ସାଇଡିଂକୁ ଯାଉଥିବାବେଳେ ସେଠାରେ ଆଉ ଏକ ଟ୍ରକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ପରିବାର ପହଁଚିଲା ପରେ କ୍ଷତିପୂରଣ ବାବଦ ଏମସିଏଲ ପକ୍ଷରୁ ସମସ୍ତ ଟଙ୍କା ଓ ପରିବାରର ଜଣଙ୍କୁ ଠିକା ସଂସ୍ଥାରେ ନିଯୁକ୍ତି ପ୍ରତିଶୃତି ଦେଲାପରେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ରାଜି ହୋଇଥିଲେ । Advertisement
ଚାଲିଗଲେ ପ୍ରଦୀପ – ଜଣେ ନିର୍ଭୀକ , ଦକ୍ଷ ଓ ପ୍ରତିଭାବାନ ସାମ୍ବାଦିକଙ୍କୁ ହରାଇଲା ଅନୁଗୁଳ ଅନୁଗୁଳ – ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ସୁନାମଧନ୍ୟ ସାମ୍ବାଦିକ ପ୍ରଦୀପ ଘିୱାଲାଙ୍କର…
ଗାଡି ଧକ୍କାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ଗୋଡିବନ୍ଧ- ଏନଟିପିସି ରାସ୍ତାର ଶିବରାମପୁର ଛକ ନିକଟରେ ଅଜଣା ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ…
ମରୁଡି ଦାବିରେ କଂଗ୍ରେସର ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ କଂଗ୍ରେସ ପକ୍ଷରୁ ଶୁକ୍ରବାର ଛେଣ୍ଡିପଦା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…