ଅପରାଧ ନବବଧୂଙ୍କୁ ହତ୍ୟା ଅଭିଯୋଗ Angul OnlineOctober 20, 2024October 20, 2024 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମରେ ଜଣେ ନବବଧୂଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ନବବଧୂଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ , ବନ୍ତଳା ଥାନା ତଳଗଡ ପଞ୍ଚାୟତ କନ୍ତମେଘ ଗ୍ରାମର ଲୋକନାଥ ସାହୁ ଙ୍କ ଝିଅ ଲିପିକା ସାହୁ (୨୦) ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମର ଗୌରାଙ୍ଗ ପ୍ରଧାନଙ୍କ ପୁଅ ସୁନୀଲ ପ୍ରଧାନଙ୍କୁ ଗତ ତିନି ମାସ ତଳେ ବୈଦିକ ରୀତିରେ ବିବାହ କରାଇଥିଲେ । ଆଜି ସକାଳ ସମୟରେ ଲିପିକା ଫ୍ୟାନରେ ଝୁଲି ଥିବା ଦେଖି ଲିପିକାଙ୍କ ଶ୍ୱଶୁର ଘର ଲୋକ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଲିପିକାଙ୍କ ବାପ ଘରକୁ ଖବର ଦେଇଥିଲେ । ଲିପିକାଙ୍କ ବାପ ଘର ଲୋକ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିଲେ ଯେ, ଲିପିକା ର ମୃତ୍ୟୁ ହୋଇ ସାରିଛି। ଏହା ଦେଖି ଲିପିକାଙ୍କ ବାପ ଘର ଲୋକ ଆମ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏ ଘଟଣା ନେଇ ଲିପିକାଙ୍କ ଭାଇ ପ୍ରଭାତ କୁମାର ସାହୁ ଥାନାରେ ଅଭିଯୋଗ କରିଛନ୍ତି । ଲିପିକାଙ୍କୁ ହତ୍ୟା କରାଯାଇଛି ନା ଲିପିକା ଆତ୍ମହତ୍ୟା କରିଛିନ୍ତି ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୁଲିସ ପକ୍ଷରୁ କୁହା ଯାଇଛି । Advertisement
ପାଇପଲାଇନରୁ ଚୋରୀ କରୁଥିଲେ ତେଲ – ପେଟ୍ରୋଲ ପମ୍ପ ମାଲିକ ସହ ୬ ଗିରଫ ସମ୍ବଲପୁର – ସମ୍ବଲପୁର ପୁଲିସ IOCL ପାଇପଲାଇନ ଡକାୟତି ଗ୍ୟାଙ୍ଗ ଠାବ କରିବା ସମେତ ୬ ଜଣଙ୍କୁ ଗିରଫ କରିଛି । ଏନେଇ ଆଜି ସମ୍ବଲପୁର ଏସପି…
ଦୁଇ ସୁନା ଚେନ ଲୁଟେରାଙ୍କ ସହ ଛଅ ଗିରଫ ଅନୁଗୁଳ – ଅନୁଗୁଳ ପୁଲିସ ହାବୁଡ଼ରେ ଚେନ ଛୀନତାଇ ଗ୍ୟାଙ୍ଗ । ଗତ କିଛି ବର୍ଷ ହେଲା ତାଳଚେର ଓ ଏହାର ଆଖପାଖ ଅଞ୍ଚଳରୁ ମହିଳାଙ୍କ ବେକାରୁ…
ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡି ମାରିଦେଲେ – ଷ୍ଟେସନ ଯିବା ବାଟରୁ କରିଥିଲେ ଅପହରଣ ! ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା । ଘଟଣାରେ ଏବେ ନୂଆଁ ମୋଡ ଆସିଚ୍ଚି । ବଅଁରପାଳ ଥାନା ଭୋଗବେରେନି ପଞ୍ଚାୟତ…