ଆଞ୍ଚଳିକ କୁକୁର କାମୁଡାରେ ହରିଣ ମୃତ Angul OnlineMay 27, 2021May 27, 2021 ଅନୁଗୁଳ – ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଅନ୍ତର୍ଗତ ଅନ୍ତୁଳିଆ ଗ୍ରାମରେ ଆଜି କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜରପଡା ବନାଞ୍ଚଳ ଅନ୍ତୁଳିଆ ଜଙ୍ଗଲରୁ ଆଜି ଦିନ ପ୍ରାୟ ସାଢେ଼ ବାରଟା ବେଳେ ଏକ ମାଈ ହରିଣ ଗୋଟାଏ ବେଳେ ଗାଁ ଆଡକୁ ପଳାଇ ଆସିଥିଲା । ଏହି ସମୟରେ ଗାଁ ର ବୁଲା କୁକୁର ହରିଣକୁ ଦେଖି ଗୋଡ଼ାଇଥିଲେ । ହରିଣଟି ଭୟରେ ଗାଁ ପୋଖରୀ ଆଡକୁ ପଳାଉଥିବା ବେଳେ କୁକୁର ମାନେ ତାକୁ ଆକ୍ରମଣ କରିଥିଲେ । କୁକୁର ମାନଙ୍କ ଆକ୍ରମଣରେ ଘଟଣା ସ୍ଥଳରେ ହିଁ ହରିଣର ମୃତ୍ୟୁ ହୋଇଥିଲା । ମୃତ ହରିଣର ବୟସ ପ୍ରାୟ ୩ ବର୍ଷ ବୋଲି ଜଣା ପଡିଛି । ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ ହରିଣର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛନ୍ତି । Advertisement
ନବକୃଷ୍ଣ ଚୌଧୁରୀଙ୍କର ୩୭ ତମ ପୂଣ୍ୟ ତିଥି ପାଳିତ * ନବକୃଷ୍ଣ ଥିଲେ ଜଣେ ରାଜନୈତିକ ସନ୍ଥ * ଓଡ଼ିଶାର ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ମୁଖ୍ୟମନ୍ତ୍ରୀ ଅନୁଗୁଳ – ଅନଗୁଳ…
ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ସହର ଆରଡି କଲୋନୀର ଡ୍ରେନରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଆଁକୁଲା ଗାଁର…
ବଜ୍ରପାତରେ ଚାଷୀ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମପଞ୍ଚାୟତର ଚାକୁଣ୍ଡାମୁଣ୍ଡା ସାହିରେ ବୁଧବାର ଅପରାହ୍ନ ୫ଟା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି ।…