ନାବାଳିକାକୁ ଅସଦାଚାରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡାଦେଶ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ନାବାଳିକାକୁ ୨୦୨୪ ମସିହାରେ ଅସଦାଚାରଣ ଓ ପରିବାରବର୍ଗଙ୍କୁ ଧମକ ଦେବା ମାମଲାରେ ଯୁବକଙ୍କୁ କାରାଦଣ୍ଡାଦେଶ । ଏହି ପୋସ୍କୋ ମାମଲାର ଶୁଣାଣି କରି ମାଜିଷ୍ଟ୍ରେଟ ସୌମ୍ୟ ଶୁଭ ଦର୍ଶିନୀ ଯୁବକଙ୍କୁ ୩ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମନା କରିଛନ୍ତି ।

ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଅଞ୍ଚଳରେ ଜନକ ନାଏକ ନାମକ ଜଣେ ୩୯ ବର୍ଷୀୟ ଯୁବକ ପଡୋଶୀ ଘରେ ଜଣେ ନାବାଳିକାର ପରିବାରବର୍ଗ ଘରେ ନଥିବା ବେଳେ ପ୍ରଲୋଭନ ଦେଖାଇ ଅସଦାଚାରଣ କରିବାକୁ ଉଦ୍ୟମ କରିବା ସମୟରେ ଯୁବକର ସ୍ତ୍ରୀ ପଳାଇ ଆସିଥିଲେ । ଫଳରେ ଜନକ ନାବାଳିକାକୁ ଛାଡି ପଳାଇ ଯାଇଥିଲା । ନାବାଳିକା ଜଣଙ୍କ ଖସି ଆସି ଘରେ ଲୁଚି ରହିଥିଲା। ଅଘଟଣ ବିଷୟରେ ପରିବାରବର୍ଗ ସୂଚନା ପାଇ ଝିଅ ପାଖକୁ ଯିବା ବେଳେ ନାବାଳିକା କାନ୍ଦି ସବୁ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ଏହା ବିଷୟରେ ପରିବାର ଲୋକେ ଜନକକୁ ଖୋଜାଖୋଜି କରିବାରୁ ସେ ଗ୍ରାମରୁ ଫେରାର ହୋଇଯାଇଥିଲା। ଫୋନରେ ଯୋଗାଯୋଗ କରିବାରୁ ନାବାଳିକା ପରିବାର ବର୍ଗ ଙ୍କୁ ବିଭିନ୍ନ ଧମକ ଦେଇଥିଲା ଜନକ । ନାବାଳିକା ପରିବାର ବର୍ଗ ଏ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ଏହାର ଏକ ମାମଲା ରୁଜୁ ହୋଇଥିଲା। ନାବାଳିକା ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୱିଟର ଦିଲ୍ଲୀପ କୁମାର ଦାସ ମାମଲା ପରିଚାଳନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page