ମୁଖ୍ୟ ଖବର ନାବାଳିକା ଖୁସି ହତ୍ଯା ଘଟଣା – ଅଭିଯୁକ୍ତ ସୌମ୍ଯ କଲା କ୍ରାଇମ ସିନ୍ ରିକ୍ରିଏସନ Angul OnlineMay 28, 2023May 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା କୁଇଓ ଗାଁରେ ହୋଇଥିବା ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ପୁଲିସ ଧରିବାରେ ସଫଳ ହୋଇଛି । ତାକୁ ଗତକାଲି ଝାରସୁଗୁଡା ଅଂଚଳରୁ ଧରିବା ପରେ ଆଜି ଅନୁଗୋଳ ସଦର ଥାନାକୁ ଅଣା ଯାଇଥିଲା । ଅପରାହ୍ନରେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କ୍ରାଇମ ସିନ୍ ରିକ୍ରିଏସନ କରିଛି । ସଦର ଥାନା ପୁଲିସ ପ୍ରାୟ ୩ ଟା ବେଳେ ଅଭିଯୁକ୍ତ ସୌମ୍ଯ ରଞ୍ଜନ କୁଇଓ ଗାଁକୁ ନେଇଥିଲା । କାଳେ କୌଣସି ଅପ୍ରିତିକର ପରିସ୍ଥିତି ଘଟିବ ସେଥିପାଇଁ ଗାଁରେ ବ୍ଯାପକ ପୁଲିସ ମୃତୟନ କରା ଯାଇଥିଲା । ସୁରକ୍ଷାବଳୟ ଭିତରେ ସୌମ୍ଯ ଗାଁରେ ପହଂଚି ଗାଁକୁ କିଭଳି ମୋଟରସାଇକେଲରେ ଆସି କେଉଁଠି ମୋଟରସାଇକେଲ ରଖିଥିଲା , ଆଉ କିଭଳି ଘର ଭିତରକୁ ଯାଇ ଖୁସିକୁ ହତ୍ଯା କରିଥିଲା ତାର ଡେମୋ ଦେଖାଈଥିଲା । ପରେ ପୁଲିସ ପୁଣି ଥାନାକୁ ନେଇ ଅଧିକ ପଚରାଉଚୁରା ଜାରି ରଖିଛି । Advertisement
ବଦଳିଲେ ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀ ଅନୁଗୋଳ – ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ନମ୍ବର…
କେନାଲରେ ବୁଡି ଦୁଇ ନାବାଳକ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧେଇବା ବେଳେ ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ସୂଚନା ଅନୁସାରେ…
ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା – ୨ ମୃତ , ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ୨ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ…