ମୁଖ୍ୟ ଖବର ହାତୀ ଆକ୍ରମଣରେ ମହିଳା ମୃତ Angul OnlineApril 24, 2022April 24, 2022 ତାଳଚେର – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ହିଲୋଇ ଗାଁର ବଚନ ବେହେରା । ସୂଚନା ଅନୁସାରେ ବଚନ ଘରେ ଶୋଇଥିବା ବେଳେ ଏକ ହାତୀ ଗାଁରେ ପଶିବା ସହ ତାଙ୍କ ଘର ଭାଙ୍ଗି ଥିଲା । ହାତୀ ଦେଖି ବଚନ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହଠାତ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅଵସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । Advertisement
ନକଲି ଔଷଧର ସିକିମ୍-କୋଲକାତା ଲିଙ୍କ୍ ! ଉଭୟ ରାଜ୍ୟକୁ ଯିବ ଡ୍ରଗ୍ସ୍ ନିୟନ୍ତ୍ରକଙ୍କ ଏସ୍ଟିଏଫ୍ ଅନୁଗୁଳ – ଅନୁଗୁଳ ନକଲି ଔଷଧ ମାମଲାର ଚେର ସିକିମ୍ ଓ କୋଲକାତା ପର୍ଯ୍ୟନ୍ତ ଲମ୍ବିଛି । ଏହି ଦୁଇ ଜାଗାରେ ଅନେକ ଗୁମର ଲୁଚିଥିବା ଜଣା…
ପୂଜା ଚାନ୍ଦା ମାଗି ବନ୍ଧା ହେଲେ ୩ ଯୁବକ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ କୁରୁଡୁଲୁ ଅଞ୍ଚଳରେ ଚାନ୍ଦା ମାଗୁଥିବା ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଆଦାୟ କରିଥିବା ଟଙ୍କାକୁ ଜବତ…
ଟ୍ରେନ ଧକ୍କାରେ ହାତୀ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡା ବନାଂଚଳର ଜରପଡା ଗ୍ରାମ ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୂର ରେଳ ଲାଇନରେ ରେଳ ଧକ୍କାରେ ଗୁରୁବାର ରାତିରେ ଗୋଟିଏ ଦନ୍ତା ହାତୀର…