ଅପରାଧ ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଅଭିଯୋଗ Angul OnlineApril 27, 2022April 27, 2022 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପତ୍ନୀ ଥାନାରେ ବୁଧବାର ଅଭିଯୋଗ କରିଛନ୍ତି । ମୃତକ ଜଣଙ୍କ ହେଲେ ଅରୁଣ ନାଏକ । ତାଙ୍କ ପତ୍ନୀ ଅନୀତା ନାଏକ ରେଙ୍ଗାଳି ଥାନା କରଡାଖମଣ ସ୍ଥିତ ବାପଘରକୁ ୬ ଦିନ ତଳୁ ଯାଇଥିଲେ । ଏହି ସମୟରେ ହିଁ ତାଙ୍କୁ ହତ୍ୟା କରା ଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁସାରେ , ସେହି ଗ୍ରାମର ସୁରେଶ ବେହେରା, କାତୁ ବେହେରା, ମଳିଆ ବେହେରା ଗୁଣିଗାରେଡ଼ି କରୁଥିବା ନେଇ ପୂର୍ବରୁ ଅରୁଣଙ୍କୁ ସନ୍ଦେହ କରୁଥିବା ବେଳେ ଅନେକ ସମୟରେ ଧମକ ଚମକ ଦେଇ ମାଡ଼ପିଟି କରିଥିଲେ । ଆଉ ସେ ବାପା ଘରକୁ ଯାଇଥିବା ବେଳେ , ଅରୁଣ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅନୀତା ଅଭିଯୋଗ କରିଛନ୍ତି । କଣିହାଁ ଥାନା ପୁଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମଣ୍ଡାପାଳ ଡାକ୍ତରଖାନା ପଠାଇ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ୍ ଚଳାଇଛି । Advertisement
ବାଲେଶ୍ଵରରୁ ଆଣି ଅନୁଗୁଳରେ ଧଳା ଜହର ବିକ୍ରି ବେଳେ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଆଲୁମିନିୟମ ପାର୍କ ଅଞ୍ଚଳରୁ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ପୁଲିସ ଆଜି ଦୁଇ ଜଣଙ୍କୁ…
ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ ତାଳଚେର – ରେଳ ଫାଟକ ନିକଟରେ ଗାଡି ଅଟକିଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଡି ମାଲିକ ଆହତ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ କାର ଭାଙ୍ଗି…
ଗଞ୍ଜେଇରୁ ଅର୍ଜିଥିବା କୋଟିଏରୁ ଊର୍ଦ୍ଧ୍ଵ ସମ୍ପତ୍ତି ଜବତ ଛେଣ୍ଡିପଦା – ନିଶା ବେପାର କରି ଅର୍ଜିଥିଲେ କୋଟି କୋଟି ଟଙ୍କା । ରାତାରାତି ହୋଇଥିଲେ କୋଟିପତି । ଏବେ କଳା ସମ୍ପତ୍ତିକୁ ଜବତ କଲା ପୋଲିସ…