ମୁଖ୍ୟ ଖବର ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ଉପଜିଲ୍ଲାପାଳ Angul OnlineDecember 27, 2022December 27, 2022 ଅନୁଗୁଳ – ଅନୁଗୁଳ ଉପ ଜିଲ୍ଲାପାଳଙ୍କ ମାନବିକତା । ବାଟରେ ଆସୁଥିବା ବେଳେ ଦୁର୍ଘଟଣା ହୋଇଥିବା ଦେଖି ନିଜ ଗାଡି ଅଟକାଇବା ସହ ଦୁର୍ଘଟଣାରେ ଆହତ ହୋଇଥିବା ୪ ଜଣଙ୍କୁ ନିଜ ଗାଡ଼ିରେ ବସାଇ ଡାକ୍ତରଖାନା ଆଣିଥିଲେ । ଆଉ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ସୂଚନା ଅନୁସାରେ ଅନୁଗୁଳ ଉପ ଜିଲ୍ଲାପାଳ ବୈତୁରା ଦୀପ ଆଜି ତାଙ୍କ ସରକାରୀ ଗାଡ଼ିରେ ବଡ଼କେରା ଠାରେ ଥିବା ଧାନ ମଣ୍ଡି ତଦାରଖ କରିବାକୁ ଯାଇଥିଲେ । ତେବେ ସେଠାରୁ ଫେରୁଥିବା ବେଳେ ରନ୍ତଳେଇ ପାଖରେ ଏକ ଗାଈକୁ ଧକ୍କା ଦେଇ ଯାତ୍ରୀବାହୀ ଅଟୋଟିଏ ଓଲଟି ପଡିଥିଲା । ସେଥିରେ ଥିବା ବଡକେରା ଅଞ୍ଚଳର ସେବତୀ ସାହୁ(୪୦ବର୍ଷ) ଓ ଲକ୍ଷ୍ମୀପ୍ରିୟା ବେହେରା(୪୦ ବର୍ଷ ) , ମୁଷାପାପୁଲି ଅଞ୍ଚଳର ଗ୍ରାମର ଜିତାରାଣି ସାହୁ(୩୨ ବର୍ଷ) ତାଙ୍କ ଝିଅ ସାଲିନି ସାହୁ(୮ ବର୍ଷ) ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ଉପ ଜିଲ୍ଲାପାଳ ବୈତୁରା ଦୀପ ଏହା ଦେଖି ତାଙ୍କ ଗାଡି ଅଟକାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଚାରି ଜଣ ଆହତ ହୋଇଥିବା ଦେଖି ସେମାନଙ୍କୁ ନିଜ ଗାଡ଼ିରେ ବସାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ । ଆଉ ଚିକିତ୍ସାଳୟରେ ଥିବା ଡାକ୍ତରଙ୍କ ସହ ଆଲୋଚନା କରି ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ଉପ ଜିଲ୍ଲାପାଳଙ୍କ ଏଭଳି କାମ ଦେଖି ସାଧାରଣ ଲୋକ ବେଶ ପ୍ରଶଂସା କରିଛନ୍ତି । ନିଜକୁ ଭିଆଇପି ନ ଭାବି ନିଜର ମାନବିକତା ଦେଖାଇ ଏଭଳି ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଡାକ୍ତରଖାନା ନେଇ ଆସିବା ସାଧାରଣରେ ବେଶ ଆଲୋଚନାର ବିଷୟ ପାଲଟିଛି । Advertisement
ନାଳରୁ ନରକଙ୍କାଳ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଭୋକିଲାପାଳ ନିକଟରେ ଥିବା ବଉଳିନାଳ ନିକଟରୁ ଆଜି ଏକ ନର କଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହି…
୫ ଡକାୟତ ଗିରଫ , ମାରଣାସ୍ତ୍ର ଓ ଗାଡି ଜବତ ଅନୁଗୁଳ – ନାଲକୋନଗର ଅଞ୍ଚଳରେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ନାଲକୋ ସିନିୟର ଡିପିଏସ୍ ସ୍କୁଲ ପଛ ପାଖରୁ ୫ ଜଣ ଡକାୟତଙ୍କୁ ନାଲକୋନଗର ପୋଲିସ କାବୁ…
ଅଜଣା ଗାଡି ଧକ୍କାରେ ଦୁଇ ମୃତ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଠାରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାଳଚେର ବ୍ଲକ୍ ଅନ୍ତର୍ଗତ ଚାଳଗଡ…