ମୁଖ୍ୟ ଖବର ଟ୍ରେନରେ କଟି ବୃଦ୍ଧା ମୃତ Angul OnlineJuly 12, 2021July 12, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ବଲାଙ୍ଗି ଲେବୁଲକ୍ରସିଂ ନିକଟରେ ଆଜି ସକାଳେ ବଲାଙ୍ଗି ଗାଁ ପୁରୁଣାସାହିର କୌଶଲ୍ୟା ଭୋଇ ନାମକ ଜଣେ ବିଧବା ମହିଳା ଟ୍ରେନରେ କଟି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢେ଼ ୭ଟା ବେଳେ କୌଶଲ୍ୟା ଭୋଇ ଗାଁ ନିକଟରେ ଥିବା ଏକ ପୋଖରୀକୁ ଶୌଚ ହେବାପାଇଁ ରେଳ ଲାଇନ ପାର ହୋଇ ଯିବା ବେଳେ ଏନଟିପିସିରୁ ତାଳଚେର ଅଞ୍ଚଳକୁ ଯାଉଥିବା ଏକ ରେଳ ଇଞ୍ଜିନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମହିଳା ଜଣକ ରେଳଲାଇନ ଉପରେ ଖସିପଡିଥିଲେ । ମହିଳାଙ୍କ ବେକ ଉପରେ ଟ୍ରେନଟି ଚଢିଯିବାରୁ ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଥିଲା । ଘଟଣା ପରେ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିବାରୁ ତାଳଚେରରୁ ଏନଟିପିସିକୁ ରେଳ ଯୋଗେ କୋଇଲା ପରିବହନରେ ବାଧାପ୍ରାପ୍ତ ହୋଇଥିଲା । ଏ ନେଇ ସମଲ ଥାନାରେ ଏକ ବୈଠକ ବସି ମୃତକ ପରିବାରକୁ ୩ ଲକ୍ଷ ୫୦ ହଜାର ଟଙ୍କା ଏନଟିପିସି ପକ୍ଷରୁ କ୍ଷତିପୂରଣ ଦେବାପାଇଁ ପ୍ରତିଶ୍ରୁତି ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । Advertisement
ନେହେରୁ ଶତାଦ୍ଦୀ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ୍ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ । ଏହାର ପରିଚାଳକ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ…
କଣିହାଁ NTPC ରେ ଭୟାବହ ଅଗ୍ନିକାଣ୍ଡ ଅନୁଗୁଳ – ତାଳଚେର କଣିହାଁସ୍ଥିତ NTPC ରେ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା । କୋଇଲା ଡିପୋରୁ ପ୍ଲାଣ୍ଟ…
ଅନୁଗୁଳରୁ ଅମ୍ଳଜାନ ପରିବହନ କରିବ ଅକ୍ସିଜେନ୍ ଏକ୍ସପ୍ରେସ୍ ଅନୁଗୁଳ – ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ଗୁରୁତ୍ବ ଦେବା ସହ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି । ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ…