ମୁଖ୍ୟ ଖବର ଅନୁଗୁଳରୁ ଅମ୍ଳଜାନ ପରିବହନ କରିବ ଅକ୍ସିଜେନ୍ ଏକ୍ସପ୍ରେସ୍ Angul OnlineApril 29, 2021April 29, 2021 ଅନୁଗୁଳ – ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ଗୁରୁତ୍ବ ଦେବା ସହ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି । ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ ପରିଚାଳନା ମହାରାଷ୍ଟ୍ର , ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ପରେ ହରିୟାଣା ଏବଂ ତେଲେଙ୍ଗାନା ରାଜ୍ୟକୁ ସହାୟତା ପ୍ରଦାନ ଜାରି ରଖିଛି । ଖାଲି ଟ୍ୟାଙ୍କର୍ ସହିତ ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ୍ ଏପ୍ରିଲ୍ ୧୯ ରେ ମୁମ୍ବାଇରୁ ପୂର୍ବତଟ ରେଳପଥ ଅଧୀନରେ ଥିବା ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରି ସେଠାରୁ ତରଳ ମେଡିକାଲ୍ ଅମ୍ଳଜାନ ବୋଝେଇ କରି ଏହି ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ପରିବହନ କରିଆସୁଛି । ପୂର୍ବତଟ ରେଳପଥରୁ ଆଉ ଦୁଇଟି ଟ୍ରେନ୍ ତରଳ ଅମ୍ଳଜାନ ବୋଝେଇ ପାଇଁ ଲୋଡିଂ ପ୍ଲାଣ୍ଟକୁ ଯିବା ବାଟରେ ଅଛନ୍ତି । ଆଶା କରାଯାଉଛି ଯେ ଭାରତୀୟ ରେଳବାଇ ଦ୍ୱାରା ପରିବହନ ହେଉଥିବା ତରଳ ମେଡିକାଲ ଅମ୍ଳଜାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରାୟ 640 MT ରେ ପହଞ୍ଚିବ । ଆଜି କାର୍ଗୋ ଉଡ଼ାଣରୁ ଅନଲୋଡ୍ ହୋଇଥିବା ଦୁଇଟି ଖାଲି LMO ଟ୍ୟାଙ୍କର୍ ଅନୁଗୁଳକୁ ସ୍ଥାନାନ୍ତର କରାଯାଇଛି । ଦୁଇଟି ଟ୍ୟାଙ୍କର୍ ସହିତ ଟ୍ରେନ୍ ଆଜି ଅନୁଗୁଳ ଛାଡିବାର ଆଶା କରାଯାଉଥିବାରୁ ହରିୟାଣା ଏହାର ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ପାଇବ । ତେଲେଙ୍ଗାନା ସରକାର ଅମ୍ଳଜାନ ଏକ୍ସପ୍ରେସ ପାଇଁ ଭାରତୀୟ ରେଳବାଇକୁ ମଧ୍ୟ ଅନୁରୋଧ କରିଛି । ୫ଟି ଖାଲି ଟ୍ୟାଙ୍କର୍ ସିକନ୍ଦରାବାଦରୁ ଅନୁଗୁଳ ଅଭିମୁଖେ ଯାତ୍ରା କରୁଛି ଏବଂ ଏହା ଆସନ୍ତାକାଲି ଅନୁଗୁଳ ଠାରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ରେଳବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଅଛି । ଏହି ପ୍ରକ୍ରିୟାରେ ରାଜ୍ୟଗୁଡ଼ିକ ରେଳବାଇକୁ ଟ୍ୟାଙ୍କର୍ ଯୋଗାଉଛନ୍ତି । ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଅମ୍ଳଜାନ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି ଏବଂ ଶୀଘ୍ର ଏହି ଟ୍ରେନ୍ ପଠାଇବା ପାଇଁ ପ୍ରସ୍ତୁତି କରୁଛି । Advertisement
ଛ ହଜାର ମିଟର ଉପରେ ଜଗନ୍ନାଥ ଓ ବୁଢୀ ମା’ଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ଅନୁଗୁଳ – ପ୍ରଥମ ଓଡିଆ ଭାବେ ହିମାଚଳ ପ୍ରଦେଶର ଯମୁନା ପର୍ବତ ଉପରେ ଶ୍ରୀ ଜଗନ୍ନାଥ ଓ ବୁଢୀ ଠାକୁରାଣୀଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରକର ରଜତ…
ଦୁଇ ଅପହରଣକାରୀ ଗିରଫ – ନାବାଳକ ଉଦ୍ଧାର ତାଳଚେର – ନାବାଳକକୁ ଅପହରଣ କରି ନେବା ବେଳେ ଅପହରଣକାରୀଙ୍କୁ କାବୁ କରି ନେଲା ତାଳଚେର ପୁଲିସ । ସେମାନଙ୍କ କବଳରୁ ନାବଳକକୁ ଉଦ୍ଧାର କରା ଯାଇଛି…
ଅଜଣା ଗାଡି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ କଣିହାଁ- ଅନୁଗୁଳ ଜିଲ୍ଲା ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟସ୍ଥ ବଲାଙ୍ଗି- ସମଲ ରାସ୍ତାରେ ଭୋର ସମୟରେ ମୋଟରସାଇକେଲରେ ଯାଉଥିବା ଦୁଇଜଣକୁ କୌଣସି ଅଜଣା ଗାଡି ଧକ୍କା…