ମୁଖ୍ୟ ଖବର ଟ୍ରେନରେ କଟି ବୃଦ୍ଧା ମୃତ Angul OnlineJuly 12, 2021July 12, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ବଲାଙ୍ଗି ଲେବୁଲକ୍ରସିଂ ନିକଟରେ ଆଜି ସକାଳେ ବଲାଙ୍ଗି ଗାଁ ପୁରୁଣାସାହିର କୌଶଲ୍ୟା ଭୋଇ ନାମକ ଜଣେ ବିଧବା ମହିଳା ଟ୍ରେନରେ କଟି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢେ଼ ୭ଟା ବେଳେ କୌଶଲ୍ୟା ଭୋଇ ଗାଁ ନିକଟରେ ଥିବା ଏକ ପୋଖରୀକୁ ଶୌଚ ହେବାପାଇଁ ରେଳ ଲାଇନ ପାର ହୋଇ ଯିବା ବେଳେ ଏନଟିପିସିରୁ ତାଳଚେର ଅଞ୍ଚଳକୁ ଯାଉଥିବା ଏକ ରେଳ ଇଞ୍ଜିନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମହିଳା ଜଣକ ରେଳଲାଇନ ଉପରେ ଖସିପଡିଥିଲେ । ମହିଳାଙ୍କ ବେକ ଉପରେ ଟ୍ରେନଟି ଚଢିଯିବାରୁ ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଥିଲା । ଘଟଣା ପରେ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିବାରୁ ତାଳଚେରରୁ ଏନଟିପିସିକୁ ରେଳ ଯୋଗେ କୋଇଲା ପରିବହନରେ ବାଧାପ୍ରାପ୍ତ ହୋଇଥିଲା । ଏ ନେଇ ସମଲ ଥାନାରେ ଏକ ବୈଠକ ବସି ମୃତକ ପରିବାରକୁ ୩ ଲକ୍ଷ ୫୦ ହଜାର ଟଙ୍କା ଏନଟିପିସି ପକ୍ଷରୁ କ୍ଷତିପୂରଣ ଦେବାପାଇଁ ପ୍ରତିଶ୍ରୁତି ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ଅଭିଯୋଗ – ଚିକିତ୍ସା ଅବହେଳାରୁ ମୃତ ଶିଶୁ ଜନ୍ମ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ସାଂଘାତିକ ଅଭିଯୋଗ । ଚିକିତ୍ସା ଅଭାବରୁ ଚାଲିଗଲା ନବଜାତ ଶିଶୁର ଜୀବନ । ଏଭଳି ଅଭିଯୋଗ ଆଣିଛନ୍ତି…
ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କୁ ଅସମ୍ମାନ – ଦୋଷ ମୁଣ୍ଡାଇଲେ ପୌରାଧକ୍ଷ ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କୁ ଅସମ୍ମାନ କରିଛି ଅନୁଗୋଳ ପୌରପାଳିକା । ସେହି ଗାନ୍ଧିବାଦୀ ନେତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଗୋପବନ୍ଧୁ ପାର୍କରେ ଲଗାଇଥିବା ବେଳେ…
ପ୍ଲାଷ୍ଟିକ ଓ କାଗଜ କପ ବ୍ୟବହାର କଲେ ଦଣ୍ଡ,ନକଲେ ପୁରସ୍କାର ଅନୁଗୁଳ – ପ୍ଲାଷ୍ଟିକ ଗ୍ଲାସ ଏବଂ ପେପର କପ ବ୍ୟବହାର ଉପରେ କଠୋର ହୋଇଛି ଅନୁଗୁଳ ପୌରପାଳିକା । ପୌରପାଳିକା ପକ୍ଷରୁ ଆଜିଠାରୁ ଏହି ପ୍ଲାଷ୍ଟିକ ଓ…