ଅପରାଧ ୮ମୋଟରସାଇକଲ ଚୋର ଗିରଫ ,୯ ମୋଟର ସାଇକେଲ ଉଦ୍ଧାର Angul OnlineAugust 18, 2022August 18, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଦିନ ୮ଜଣ ମୋଟରସାଇକେଲ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ କରିଛି । ସୂଚନା ଅନୁସରେ ଗତ ବୁଧବାର ଟାକୁଆ ଗ୍ରାମରେ ଚୋରା ମୋଟରସାଇକେଲ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା ସଦଳବଳେ ଟାକୁଆ ଏବଂ ଆଖପାଖ ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୯ ଟି ଚୋରା ମୋଟରସାଇକେଲ ଜବତ କରିବା ସହ ସନ୍ତରାବନ୍ଧ ଗ୍ରାମର ଦୀପକ ସାହୁ , କୁଞ୍ଜବିହାରୀପୁର ଗ୍ରାମର ବିପିନ ବାଘ , ଭାଗଲକଟା ଗ୍ରାମର ରମେଶ ନାଏକ, ଟାକୁଆ ଗ୍ରାମର ଶିଶିର ନାଏକ , ବାହଳସାହି ଗ୍ରାମର ପିଣ୍ଟୁ ବେହେରା, ଟାକୁଆ ଗ୍ରାମର ସଞ୍ଜୟ ନାଏକ , ବିଜୟ ନାଏକ , ଏବଂ ଅନିଲ କୁମାର ସାହୁଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ କରା ଯାଇଛି । ପୁଲିସ ଏ ସଂକ୍ରାନ୍ତରେ ଛେଣ୍ଡିପଦା ଥାନା କେସ ନଂ- ୩୯୩/୨୨ରେ ମାମଲା ରୁଜୁ କରିବା ସହ ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରିଛି । Advertisement
୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ – ଚାରିଜଣ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଗଞ୍ଜେଇ ମାଫିଆ । ଫୁଲବାଣୀରୁ କାର ଯୋଗେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରି ନେଉଥିବା ବେଳେ ଅବକାରୀ…
ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଅଞ୍ଚଳରେ ଏକ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମନା କରା ଯାଇଛି । ସୂଚନା ଅନୁସାରେ ଏହି…
ଭେଣ୍ଡିଂ ଜୋନ୍ରେ ନିଶା କାରବାର – ଦମ୍ପତି ଗିରଫ ଅନୁଗୁଳ – ଅନୁଗୁଳ ଥାନା ପୁଲିସ୍ ଟାଉନ୍ ହାଇସ୍କୁଲ ସାମ୍ନା ପରିତ୍ୟକ୍ତ ଭେଣ୍ଡିଂ ଜୋନ୍ରେ ଚଢ଼ାଉ କରି ୮ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଏଥି…