ମୁଖ୍ୟ ଖବର ଅନୁଗୁଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳାଫଳ ପ୍ରକାଶିତ Angul OnlineAugust 13, 2022August 13, 2022 ଅନୁଗୁଳ – ଅନୁଗୁଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳାଫଳ ଶନିବାର ଦିନ ପ୍ରକାଶିତ ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ. ଗଙ୍ଗାଧର କର , ପରୀକ୍ଷା ନିୟନ୍ତ୍ରକ କ୍ୟାପଟେନ ଡ. ଅଭିମନ୍ୟୁ ଦାସ , ଉପ ପରୀକ୍ଷା ନିୟନ୍ତ୍ରକ ଏବଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଉପସ୍ଥିତିରେ ଏହା ଘୋଷଣା କରା ଯାଇଥିଲା । ଅଧ୍ୟକ୍ଷ ପ୍ରଫେସର ଡ. ଗଙ୍ଗାଧର କର ପରୀକ୍ଷା ଫଳାଫଳ ପୁସ୍ତିକା ଉନ୍ମୋଚନ କରିବା ସହ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ଥିଲେ । ଚଳିତ ଥର କଳାରେ ମୋଟ ୮୦.୩ ପ୍ରତିଶତ , ବିଜ୍ଞାନରେ ୯୦.୭ ପ୍ରତିଶତ ଏବଂ ବାଣିଜ୍ୟରେ ୭୪ .୧ ପ୍ରତିଶତ ପାସ ହାର ରହିଛି । ଉକ୍ତ ପରୀକ୍ଷାରେ ବିଜ୍ଞାନ ବିଭାଗରେ ରସାୟନ ବିଜ୍ଞାନର ଛାତ୍ର ରାଧାରମଣ ସାମନ୍ତ ୯.୮୧ ସିଜିପିଏ ସହ ଶ୍ରେଷ୍ଠ ସ୍ନାତକ , କଳା ବିଭାଗରେ ମିନତୀ ସାହୁ ୯.୧୧ ସିଜିପିଏ ଓ ବାଣିଜ୍ୟରେ ଜ୍ୟୋସ୍ନାରାଣୀ ମୁଦୁଲି ୮.୨୬ ସିଜିପିଏ ସହ ଶ୍ରେଷ୍ଠ ସ୍ନାତକ ବିବେଚିତ ହୋଇଛନ୍ତି । ଚଳିତ ବର୍ଷ ଅନୁଗୁଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର କଳା ବିଭାଗରେ ମୋଟ ୨୩୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୬ ଜଣ ଫାର୍ଷ୍ଟ କ୍ଳାସ ଅନର୍ସ ୱିଥ ଡିଷ୍ଟିଙ୍କସନ , ୫୭ ଜଣ ଫାର୍ଷ୍ଟ କ୍ଳାସ ଅନର୍ସ , ୩ ଜଣ ସେକେଣ୍ଡ କ୍ଳାସ ଫାର୍ଷ୍ଟ କ୍ଳାସ ଅନର୍ସ ୱିଥ ଡିଷ୍ଟିଙ୍କସନ , ୧୫ ଜଣ ସେକେଣ୍ଡ କ୍ଳାସ କ୍ଳାସ ଅନର୍ସ ପାଇଥିବା ବେଳେ ୪୭ ଜଣ ଫେଲ ହୋଇଛନ୍ତି । ବିଜ୍ଞାନ ଅନର୍ସରେ ୨୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୬୮ ଜଣ ଫାର୍ଷ୍ଟ କ୍ଳାସ ଅନର୍ସ ୱିଥ ଡିଷ୍ଟିଙ୍କସନ , ୮୩ ଜଣ ଫାର୍ଷ୍ଟ କ୍ଳାସ ଅନର୍ସ , ୨ ଜଣ ସେକେଣ୍ଡ କ୍ଳାସ କ୍ଳାସ ଅନର୍ସ ପାଇଥିବା ବେଳେ ୨୬ ଜଣ ଫେଲ ହୋଇଛନ୍ତି । ସେହିଭଳି ବାଣିଜ୍ୟରେ ୧୫୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ ଜଣ ଫାର୍ଷ୍ଟ କ୍ଳାସ ଅନର୍ସ ୱିଥ ଡିଷ୍ଟିଙ୍କସନ , ୭୭ ଜଣ ଫାର୍ଷ୍ଟ କ୍ଳାସ ଅନର୍ସ , ୨୧ ଜଣ ସେକେଣ୍ଡ କ୍ଳାସ ଅନର୍ସ ପାଇଥିବା ବେଳେ ୪୧ ଜଣ ଫେଲ ହୋଇଛନ୍ତି । Advertisement
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଅଣଓଡ଼ିଆ ହୋଇଥିବା ବେଳେ ମାନସିକ ବିକାରଗ୍ରସ୍ତ ଥିଲେ ବୋଲି…
ଠାକୁର ଘରୁ ଦବିଗଲା ୧୦ ଫୁଟ ମାଟି – ଭୟରେ ପରିବାର ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ପୁଣି ଦବିଲା ମାଟି । ତାଳଚେର ସହରର ୧୦ ନମ୍ବର ୱାର୍ଡ ପିତାମ୍ବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାକୁର…
ବଢି ପାଣିରେ ଭାସିଗଲେ ଛାତ୍ରୀ ଅନୁଗୁଳ – ଲଗାଣ ବର୍ଷା ରେ ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି । ଅଧିକାଂଶ ନଦୀ ନାଳରେ ବଢି ପାଣି…