ବାଣିଜ୍ୟ ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ Angul OnlineOctober 11, 2022October 11, 2022 ଅନୁଗୁଳ – ଅନୁଗୁଳ ବିଜୁ ମୈଦାନ ପରିସରରେ ୫ମ ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ଅନୁଗୁଳ ଓକିଲ ସଂଘର ସଭାପତି ଦିଲିପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରିୟ ପୂଜା କମିଟିର ସମ୍ପାଦକ ଦିଲିପ ସାହୁ , ଓଷ୍ଟାର ଅନୁଗୁଳ ଶାଖା ପୂର୍ବତନ ସଭାପତି ସରୋଜ ପାଣିଗ୍ରାହୀ ଓ ପତଞ୍ଜଳି ଯୋଗ ସମିତିର ସଭାପତି ଅଭୟ ରାୟ ଓ ସମାଜସେବୀ ପର୍ଶୁରାମ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୋଭିଡ ମହାମାରୀ କାରଣରୁ ଦୀର୍ଘ ଦୁଇ ବର୍ଷ ହେବ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ଅନୁମତି ମିଳିଛି । ପାର୍ବଣ ଋତୁ ସାଙ୍ଗକୁ ଅକ୍ଟୋବର ୧୧ ତାରିଖ ଠାରୁ ଏହି ଶପିଂ ଫେଷ୍ଟିଭାଲ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ମେଳାକୁ ସିଗନେଚର୍ ଥ୍ରି ଗ୍ରୁପର ମୁଖ୍ୟ ସଞ୍ଜୟ କୁମାର ସାହୁ ପରିଚାଳନା କରୁଥିବା ବେଳେ ଏହି ମେଳାରେ ୮୦ ଗୋଟି ଷ୍ଟଲ୍ ପଡିଅଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରକାରର ଘରକରଣା,ବୈଦ୍ୟୁତିକ ସାମଗ୍ରୀ ତଥା ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକୀୟ ସାମଗ୍ରୀର ଷ୍ଟଲ ମାନ ଖୋଲା ହୋଇଛି । ମେଳାକୁ ବୁଲି ଆସିବା ଲୋକ ନିଜ ମନ ପସନ୍ଦର ସାମଗ୍ରୀ କିଣିବା ସାଙ୍ଗକୁ ଦୋଳି, ମୀନାବଜାର ଓ ଫୁଡ୍ କୋର୍ଟ ବୁଲିବାକୁ ମଜ୍ଜା ନେଇ ପାରିବେ । Advertisement
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ ଭୁବନେଶ୍ବର – କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡିଶାର ଅନୁଗୁଳ-ତାଳଚେର କୋଇଲା ଅଂଚଳର ଉତ୍କଳ…
ଜେଏସପିଏଲ ପକ୍ଷରୁ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ ଅନୁଗୁଳ – ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର (ଜେଏସପିଏଲ) ଅନୁଗୁଳ ସ୍ଥିତ ସମନ୍ଵିତ ଇସ୍ପାତ ପ୍ଳାଣ୍ଟ ପକ୍ଷରୁ ଟ୍ରକ ଚାଳକମାନଙ୍କ…
ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଭାପତି ଭାବରେ ନବୀନ ଜିନ୍ଦଲଙ୍କ ଦାୟିତ୍ବ ଗ୍ରହଣ ଭୁବନେଶ୍ୱର – ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସର୍ବସମ୍ମତିକ୍ରମେ `ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍ଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…