ଅପରାଧ କୋରିଅରର ସଂସ୍ଥାରୁ ସଶସ୍ତ୍ର ଡକାୟତି Angul OnlineMay 16, 2023May 16, 2023 ଅନୁଗୋଳ – ଅନୁଗୋଳ ସହର ଡିଆଇସି ଛକ ନିକଟରେ ଥିବା ଈ-କାର୍ଟ କୋରିଅରରେ ସଶସ୍ତ୍ର ଡକାୟତି ହୋଇଯାଇଛି । ଗତ ସୋମବାର ରାତି ପ୍ରାୟ ସାଢ଼େ ଦଶଟା ବେଳକୁ କୋରିଅର ଅଫିସ ଭିତରକୁ ଦୁଇ ଜଣ ଯୁବକ ଭିତରକୁ ପଶି ଆସିଥିଲେ । ଈ-କାର୍ଟ କୋରିଅରର କର୍ମଚାରି ମାନେ କିଛି ବୁଝିବା ଆଗରୁ ଉଭୟ ଯୁବକ ଛୁରୀ ଦେଖାଇ ଭୟଭୀତ କରିଥିଲେ । ସିସିଟିଭି ସିଷ୍ଟମକୁ ଭାଙ୍ଗିବା ପରେ ଆଲମାରୀ ଓ ଆଇରନ ଚେଷ୍ଟକୁ ତାଡି ପ୍ରାୟ ଅଢେଇ ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଧରି ଶିମିଳିପଡା ଆଡକୁ ମୋଟରସାଇକେଲରେ ଦ୍ରୁତ ଗତିରେ ପଳାଇଥିଲେ । ଖବର ପାଇ କୋରିଅରର ଇନଚାର୍ଜ ଅଜିତ ପ୍ରଧାନ ଅଫିସରେ ପହଞ୍ଚି ଏ ନେଇ ଅନୁଗୋଳ ଟାଉନ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଡକାୟତି ନେଇ ତଦନ୍ତ ଜାରି ରଖୁଛି । Advertisement
ଲିଙ୍କ ଦେଇ ବରିଷ୍ଠ କିରାଣୀଙ୍କ ଠାରୁ ଠକି ନେଲା ୧ ଲକ୍ଷ ୧୮ ହଜାର ଟଙ୍କା ଅନୁଗୋଳ – ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀ ସାଇବର ଠକାମୀର ଶିକାର ହୋଇଛନ୍ତି । ଦୁର୍ବୃତ୍ତ ମାନେ ଅତି ଚାଲାକିରେ ତାଙ୍କ ଆକାଉଣ୍ଟରୁ…
ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରୁ ଲୁଟ ଉଦ୍ୟମ – ଲୁଟେରାଙ୍କ ଆକ୍ରମଣରେ ଜଣେ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ୪ ଜଣ ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟ ବଶତଃ ଏଥିରେ ବିଫଳ ହୋଇଛନ୍ତି ।…
ଚୋରା ମଦ ,ଡିଜେଲ ,ଗୁଟଖା ଚୋରା କାରବାରରେ ୫ ଗିରଫ . ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ଠାରେ ବେଆଇନ ଡିଜେଲ ବିକ୍ରି ହେଉଥିବା ଖବର ପାଇ ଅନୁଗୁଳ ସ୍ପେଶିଆଲ ସ୍କ୍ବାର୍ଡ…