ଅପରାଧ ଭୁଜାଲି ଓ ବନ୍ଧୁକ ଦେଖାଇ ଦୋକାନ ଲୁଟ – ସିସି ଟିଭରେ କଏଦ ଡକାୟତଙ୍କ ଆତଙ୍କରାଜ Angul OnlineDecember 12, 2022December 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ,ସଦର ଥାନା ଅନ୍ତର୍ଗତ କୁଇଓ ,ତାରିଣୀ ମନ୍ଦିର ନିକଟ ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧରି ଡ଼କାୟତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ କରିଛନ୍ତି । ଯାହାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ସୁଚନା ଅନୁସାରେ ଗତ କାଲି ରାତି ୮ ଟା ସମୟରେ ଦୋକାନର ମାଲିକ ଅମର ସାହୁ ଓ ତାଙ୍କ ବାପା ଦୋକାନରେ ବସିଥିବା ବେଳେ ଦୁଇଟି ମୋଟରସାଇକେଲରେ ୬ ଜଣ ସଶସ୍ତ୍ର ଡକାୟତ ଆସି ହଠାତ୍ ଆକ୍ରମଣ କରିଥିଲେ । ଡକାୟତ ମାନଙ୍କ ପାଖରେ ଦୁଇଟି ମାଉଜର ଓ ୪ ଟି ଖଣ୍ଡା ଥିଲା। ସେମାନେ ଆକ୍ରମଣ କରିଥିବା ବେଳେ ଉଭୟ ବାପା ଓ ପୁଅ କିଛି ସମୟ ପାଇଁ ସେମାନଙ୍କ ସହ ଲଢ଼ିଥିଲେ । କିନ୍ତୁ ମାରଣାସ୍ତ୍ର ଓ ମାଉଜରକୁ ସେମାନେ ସାମ୍ନା କରିପାରିନଥିଲେ । ଡକାୟତ ମାନେ ଅମରଙ୍କ ବାପାଙ୍କୁ ଭୁଜାଲିରେ ଆକ୍ରମଣ କରିଥିବାରୁ ତାଙ୍କର ଗୋଡ଼ ଓ ପିଠି ଆଘାତ ଲାଗିଛି । ଏହାପରେ ଡକାୟତମାନେ ଦୋକାନରୁ ଆନୁମାନିକ ୬୦ ହଜାର ଟଙ୍କା ଓ କମ୍ପୁଟର ବୋହିନେଇ ପାଲାଇ ଯାଇଥିଲେ । ୪ ବର୍ଷ ପୂର୍ବରୁ ମଧ୍ୟ ତାଙ୍କର ଏହି ଦୋକାନରେ ଡକାୟତି ହୋଇଥିଲା । ଏ ନେଇ ଅମରଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି । https://angulonline.com/odia/wp-content/uploads/2022/12/VID-20221212-WA0004.mp4 Advertisement
ଛେଳି ଚୋରି ଅଭିଯୋଗରେ ତିନି ଜଣଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଛେଳି ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ…
ଗୋରୁ ଚାଲାଣ ବେଳେ ଧରା ପଡିଲା ଟ୍ରକ – ଶତାଧିକ ଗୋରୁ ଜବତ ପାଲଲହଡା – ଜାତୀୟ ରାଜପଥ ୪୯ ରେ ବେଆଇନ ଗୋରୁ ଚାଲାଣ ବେଳେ ପାଲଲହଡ଼ା ପୁଲିସ ଧରିବାକୁ ସକ୍ଷମ ହୋଇଛି । ଏହା ସହ ଚାଲାଣ ହେଉଥିବା…
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ ଅନୁଗୁଳ -ଅନୁଗୁଳ ଥାନା ଅଞ୍ଚଳରେ ଆଠ ବର୍ଷ ତଳେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ପ୍ରକାଶ ପାଇଛି…