ସମସ୍ୟା ଏଟିଏମ ଥାଇ ଟଙ୍କା ପାଇଁ ଦହଗଞ୍ଜ ଅଞ୍ଚଳବାସୀ Angul OnlineJanuary 26, 2022January 26, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ସେହି ଅଞ୍ଚଳର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ । ଦୈନିକ ଶହ ଶହ ଲୋକ ଏଠାକୁ ବିଭିନ୍ନ କାମ ନେଇ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏଠାରେ ଦୁଇଟି ବ୍ଯାଙ୍କ ଖୋଲିଥିବା ବେଳେ ତିନୋଟି ଏଟିଏମ ରହିଛି । ହେଲେ ଏହି ତିନୋଟି ଏଟିଏମକୁ ନେଇ ଦହଗଞ୍ଜ ହେଉଛନ୍ତି ଅଞ୍ଚଳବାସୀ । କୋଶଳା ବଜାରର ଚନ୍ଦନନଗର ଠାରେ ରହିଛି ଏସବିଆଇ ର ଏଟିଏମ , ମେଡିକାଲ ଛକରେ ରହିଛି ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଏଟିଏମ ଓ ବଜାର ଭିତରେ ରହିଛି ଆକ୍ସିସ ବ୍ୟାଙ୍କ ଏଟିଏମ । ହେଲେ ତିନୋଟି ଏଟିଏମ ଥିବା ସତ୍ବେ ଦରକାର ବେଳେ ଟଙ୍କା ଉଠାଇ ପାରୁ ନାହାଁନ୍ତି ଲୋକେ । ପ୍ରାୟ ସମୟରେ ଏସବିଆଇ ଏଟିଏମ ରେ ଟଙ୍କା ରହୁ ନଥିବା ବେଳେ ଅନ୍ୟ ଦୁଇଟି ଏଟିଏମ ଅନେକ ଦିନ ହେଲା ବନ୍ଦ ହୋଇ ପଡିଛି । ଫଳରେ ଦୂର ଦୁରାନ୍ତର ହେଉ କିମ୍ବା ଅଞ୍ଚଳବାସୀ ହଠାତ ତାଙ୍କ ଦରକାର ବେଳେ ଟଙ୍କା ଉଠାଇ ନପାରି ହଇରାଣ ହେଉଛନ୍ତି । ଅନେକ ସମୟରେ ଟଙ୍କା ଉଠାଇବାକୁ ଛେଣ୍ଡିପଦା ଯିବାକୁ ପଡୁଛି । ଏଣୁ ଏହି ସମସ୍ଯା ତୁରନ୍ତ ଦୂର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । Advertisement
ତାଳଚେର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଗଣଧାରଣା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ମେଡିକାଲ କଲେଜ କୋଠା ନିର୍ମାଣ କାମ ଦୀର୍ଘ ଦିନ ହେଲା ସରିଲାଣି । ହେଲେ ଆଜି ଯାଏଁ ନାମଲେଖା ଆରମ୍ଭ…
ଠିକା କର୍ମଚାରୀଙ୍କ ଦରମା ଟଙ୍କାରେ ସୁଧ ବେପାର !!!! ଅନୁଗୋଳ – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖଟୁଛନ୍ତି ଆଉଟସୋରସିଂ କର୍ମଚାରୀ । ସକାଳରୁ ସଞ୍ଜ , ନିର୍ଘାତ ଖଟୁଛନ୍ତି । ଡ୍ୟୁଟିକୁ ଆସିବା ପରଠୁ ସାଧାରଣ ଲୋକ…
ଜମି ଅଧିଗ୍ରହଣକୁ ବିରୋଧ କରି ଥାନାରେ ମାମଲା – ପ୍ରତିବାଦରେ ଥାନା ଘେରାଉ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଡ଼ଅଁରା ଗ୍ରାମର ଜମି ଅଧିଗ୍ରହଣକୁ ନେଇ ବିବାଦ ଦେଖାଦେଇଛି । ଫଳରେ ଗ୍ରାମବାସୀ ମାନେ ସ୍ଥାନୀୟ ଗୋପାଳପ୍ରସାଦ ଥାନାକୁ ଘେରାଉ…