ସାମ୍ବାଦିକଙ୍କୁ ଆକ୍ରମଣ – ତିନି ଗିରଫ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ଗିରଫ ମାନଙ୍କ ଭିତରେ ରହିଛନ୍ତି ୩ ଜଣ ସାମ୍ବାଦିକ ମନୀଲ ମହାରଣା, ଆନମ ନାଜ ଓ ସାହିଦ୍ ଖାନ୍ । ସାମ୍ବାଦିକ ରବି ସେଠଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ଅଭିଯୋଗରେ ୩ ଜଣ ସାମ୍ବାଦିକଙ୍କୁ ତାଳଚେର ପୁଲିସ ଗିରଫ କରା ଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ,  ସାମ୍ବାଦିକ ମନୀଲ ମହାରଣା ଏବଂ ଏକ ଓ୍ବେବ ପୋର୍ଟାଲରେ କାର୍ଯ୍ୟରତ ସାମ୍ବାଦିକ ରବୀନ୍ଦ୍ର ସେଠଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଶନିବାର ରାସ୍ତା ମଝିରେ ଗଣ୍ଡଗୋଳ ସହ ମାରପିଟ୍ ହୋଇଥିଲା । ଏଥିରେ ସାମ୍ବାଦିକ ରବୀନ୍ଦ୍ର ସେଠ୍ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ତାଳଚେର ଓ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି ।

ଉଭୟଙ୍କ ମାରପିଟ୍ ସମୟର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି ।

Advertisement

Leave a Reply

Your email address will not be published. Required fields are marked *