ଅପରାଧ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ – ଯୁବକ ଗିରଫ Angul OnlineSeptember 24, 2021September 24, 2021 ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ତଦନ୍ତକରି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଆଞ୍ଚଲର ଜଣେ ମହିଳା ଘରେ ରାତିରେ ଏକୁଟିଆ ଶୋଇଥିବା ବେଳେ ଛେଣ୍ଡିପଦାର ନିକୁଞ୍ଜ ପ୍ରଧାନ ନାମକ ଜଣେ ଯୁବକ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଉଠିପଡିଥିଲେ । ଏହା ଦେଖି ନିକୁଞ୍ଜ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏ ନେଇ ମହିଳା ଜଣକ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ତା ୯।୯।୨୦୨୧ରେ ଛେଣ୍ଡିପଦା ଥାନା କେସ ନଂ ୪୨୪ରେ ମାମଲା ରୁଜୁ କରା ଯାଇଥିଲା । ଆଉ ଘଟଣାର ତଦନ୍ତ କରିବା ସହିତ ନିକୁଞ୍ଜକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ପୁଲିସ । ଆଉ ଆଜି (ଶୁକ୍ରବାର) ନିକୁଞ୍ଜକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । Advertisement
ଓପିଟିସିଏଲରେ ଚାକିରି ନାଁରେ ଠକେଇ – ୨ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରି…
ଭେଣ୍ଡି ଜୋନରୁ ୨ ଲକ୍ଷ ୧୭ ହଜାର ଟଙ୍କା ସହ ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଟାଉନ ହାଇସ୍କୁଲ ସମ୍ମୁଖ ଭେଣ୍ଡି ଜୋନରେ ଚଢାଉ କରି ଅନୁଗୁଳ ସ୍ପେଶିଆଳ ସ୍କ୍ବାର୍ଡ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳା ସମେତ…
ଛାତ୍ରଙ୍କୁ ଛାତ୍ରୀଙ୍କ ଚାପୁଡ଼ା ମାଡ଼ – ଭିଡ଼ିଓ ଭାଇରାଲ ଅନୁଗୋଳ – ଜଣେ ଛାତ୍ରୀଙ୍କ ଛାତ୍ରଙ୍କୁ ମାଡ଼ । ବିଚ ରାସ୍ତାରେ ଏଭଳି ମାଡ ମାରିବାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।…