ଅପରାଧ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ – ଯୁବକ ଗିରଫ Angul OnlineSeptember 24, 2021September 24, 2021 ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ତଦନ୍ତକରି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଆଞ୍ଚଲର ଜଣେ ମହିଳା ଘରେ ରାତିରେ ଏକୁଟିଆ ଶୋଇଥିବା ବେଳେ ଛେଣ୍ଡିପଦାର ନିକୁଞ୍ଜ ପ୍ରଧାନ ନାମକ ଜଣେ ଯୁବକ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଉଠିପଡିଥିଲେ । ଏହା ଦେଖି ନିକୁଞ୍ଜ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏ ନେଇ ମହିଳା ଜଣକ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ତା ୯।୯।୨୦୨୧ରେ ଛେଣ୍ଡିପଦା ଥାନା କେସ ନଂ ୪୨୪ରେ ମାମଲା ରୁଜୁ କରା ଯାଇଥିଲା । ଆଉ ଘଟଣାର ତଦନ୍ତ କରିବା ସହିତ ନିକୁଞ୍ଜକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ପୁଲିସ । ଆଉ ଆଜି (ଶୁକ୍ରବାର) ନିକୁଞ୍ଜକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । Advertisement
ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ ନାଲକୋ ନଗର – ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି…
କୁକୁରକୁ ହତ୍ୟା ଅଭିଯୋଗ ଅନୁଗୁଳ – ପୋଷା କୁକୁରକୁ ପୁଅ ପରି ପାଳିଥିଲେ । ଛୋଟ ବେଳରୁ ସ୍ନେହ ଅଜାଡି ବଡ କରିଥିଲେ । ଚାରି ବର୍ଷରେ ଘରର ସହସ୍ୟ ପାଳଟି…
ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଟିଉସନ ମାଷ୍ଟର – ନାବାଳିକାଙ୍କ ସହ ଅନ୍ତରଙ୍ଗ ଫଟୋ କରିଥିଲେ ଭାଇରାଲ ପାଲଲହଡା – ଗତ କିଛି ଦିନ ହେଲା ପାଲଲହଡା ଅଞ୍ଚଳରେ ଚର୍ଚ୍ଚା ପାଲଟିଥିବା ରଷିକିଆ ଟିଉସନ ସାର ମୁକେଶ ଶେଷରେ ବନ୍ଧା ହୋଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ…