ମୁଖ୍ୟ ଖବର ପଇଡ ପଡି ଶିଶୁ କନ୍ୟା ମୃତ Angul OnlineAugust 18, 2024August 18, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଅର୍ଜୁନଧରା ଗ୍ରାମର କୁନା ପ୍ରଧାନ ଆଠମଲ୍ଲିକ ଥାନା ଅନ୍ତର୍ଗତ ହେମାମୁରା ଗ୍ରାମରେ ବିବାହ କରିଛନ୍ତି । ତାଙ୍କର ସାତ ମାସର ଶିଶୁ କନ୍ୟାଟିଏ ଅଛି । କୁନାଙ୍କ ସ୍ତ୍ରୀ ତାଙ୍କ ବାପ ଘର ହେମାମୁରା ଗ୍ରାମକୁ ଯାଇଥିବା ବେଳେ ରବିବାର ସକାଳେ ଗୋଟିଏ ପଇଡ ଉକ୍ତ ସାତ ମାସର ଶିଶୁ କନ୍ୟା ଉପର ଖସି ପଡ଼ିଥିଲା । ଯାହା ଫଳରେ ପରିବାର ଲୋକ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । Advertisement
ଅଜଣା ଗାଡି ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାଗଡିଆ ଦେଇ ଯାଇଥିବା ୧୫୩ ବି ଜାତୀୟ ରାଜପଥର ବାଗଡିଆ ବଡଯୋରା ନାଳ ନିକଟସ୍ଥ ମା ହିଙ୍ଗୁଳା ପିଠ ଠାରେ…
ସୁଶାନ୍ତକୁ ଏନକାଉଣ୍ଟର କାହିଁକି କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ସୁଶାନ୍ତ ନାୟକ @ ଝାମୁ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ମରଣାତ୍ମକ ଆକ୍ରମଣର ପ୍ରତିବାଦ – ଥାନାରେ ପକାଇଦେଲେ ତାଲା ଅନୁଗୁଳ – ଅନୁଗୁଳ ସଦର ମହକୁମାରେ ଗତ ସୋମବାର ବିଜୁ ଜନତା ଦଳର ତୈଳଦର ବୃଦ୍ଧି ପ୍ରତିବାଦରେ ଚାଲିଥିବା ଶୋଭାଯାତ୍ରାରେ ସ୍ଥାନୀୟ ରାଧାରମଣପଡ଼ା ଅଞ୍ଚଳର ବନିତା ସାହୁ…