ମୁଖ୍ୟ ଖବର ପଇଡ ପଡି ଶିଶୁ କନ୍ୟା ମୃତ Angul OnlineAugust 18, 2024August 18, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଅର୍ଜୁନଧରା ଗ୍ରାମର କୁନା ପ୍ରଧାନ ଆଠମଲ୍ଲିକ ଥାନା ଅନ୍ତର୍ଗତ ହେମାମୁରା ଗ୍ରାମରେ ବିବାହ କରିଛନ୍ତି । ତାଙ୍କର ସାତ ମାସର ଶିଶୁ କନ୍ୟାଟିଏ ଅଛି । କୁନାଙ୍କ ସ୍ତ୍ରୀ ତାଙ୍କ ବାପ ଘର ହେମାମୁରା ଗ୍ରାମକୁ ଯାଇଥିବା ବେଳେ ରବିବାର ସକାଳେ ଗୋଟିଏ ପଇଡ ଉକ୍ତ ସାତ ମାସର ଶିଶୁ କନ୍ୟା ଉପର ଖସି ପଡ଼ିଥିଲା । ଯାହା ଫଳରେ ପରିବାର ଲୋକ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । Advertisement
ପୁଲିସ ମୋଟରସାଇକେଲ ଧକ୍କାରେ ଜଣେ ଛାତ୍ରୀ ଗୁରୁତର, ଦୁଇ ଛାତ୍ର ଆହତ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡା ଗ୍ରାମ ଠାରେ ପୁଲିସ କର୍ମଚାରୀଙ୍କ ମୋଟରସାଇକେଲ ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଥିବା ବେଳେ ଦୁଇ ଛାତ୍ର…
ଘର ଭିତରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ କୁମଣ୍ଡ ଗାଁର ଗାଣ୍ଡୁ ପଡ଼ିଆର ଏକ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ମାମି…
ସଡ଼କ ଦୁର୍ଘଟଣାରେ ଜଣେ ମୃତ, ତିନି ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନୁଗୁଳ -ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର କତଡା ଠାରେ ଟ୍ରକ ପଛରେ ମୋଟରସାଇକେଲ ବାଡେଇ ହୋଇ ଜଣଙ୍କର…