ମୁଖ୍ୟ ଖବର ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କ ବଦଳି Angul OnlineSeptember 23, 2021September 23, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପଙ୍କ ବଦଳି ହୋଇଛି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟରଭାବେ କାର୍ଯ୍ୟ କରୁଥିବା ଦୀପଙ୍କୁ ଅନୁଗୁଳର ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କୁ ବଦଳି କରାଯାଇଥିବା ବେଳେ ଛେଣ୍ଡିପଦାଠାରେ ତାଙ୍କ ମୁଖ୍ୟାଳୟ ରହିବ ବୋଲି ଜଣା ପଡିଛି । ତାଙ୍କର ଏହି ବଦଳି ପରେ ପ୍ରଥମ ଥର ପାଇଁ ଛେଣ୍ଡିପଦାରେ ଅତିରିକ୍ତ ଉପ-ଜିଲ୍ଲାପାଳ ପଦବୀ ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ଆଗକୁ ଅନେକ କୋଇଲା ଖଣି ଆରମ୍ଭ ହେବାକୁ ଯାଉଥିବାରୁ ଏହି ପଦବୀ ସୃଷ୍ଟି କରାଯାଇଥିବା ଅନୁମାନ କରାଯାଉଛି । ଅପରପକ୍ଷେ ଆଠମଲ୍ଲିକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଡ କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଲମ୍ବୋଦର ମାରାଣ୍ଡିଙ୍କୁ ପାଲଲହଡ଼ା ତହସିଲଦାର ଭାବେ ବଦଳି କରାଯାଇ ଥିବା ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । Advertisement
ଗଛରେ ମୋଟରସାଇକେଲ ପିଟି ହୋଇ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଅର୍ନ୍ତଗତ ଗଡମଣ୍ଡଳଠାରେ ଭରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ…
ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକାଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛିଦିନ ତଳେ ସେ କରୋନା…
ଆଜି ରାତିରେ ସ୍ଵଭାବିକ ହୋଇପାରେ ରେଳ ଚଳାଚଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ରୋଡ ଷ୍ଟେସନ ନିକଟ ଭୋଗବେରେଣୀ ଠାରେ ଗତ ମଙ୍ଗଳବାର-ବୁଧବାର ରାତିରେ ଏକ ମାଲବାହୀ ଟ୍ରେନ ଦୁଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନର…