ମୁଖ୍ୟ ଖବର ବଅଁରପାଳ-ମହୀଧରପୁର ରାସ୍ତା ହେବ ୪ ଲାଇନ ବିଶିଷ୍ଟ Angul OnlineJuly 3, 2021July 3, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଅତିକ୍ରମ କରିବ ଆଉ ଏକ ଜାତୀୟ ରାଜପଥ । ଏ ନେଇ ଆଜି ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଆଲୋଚନା କରିବା ସହ ସ୍ଥିତି ପରଖିଛନ୍ତି । ୬୫୫ ନମ୍ବର ବିଶିଷ୍ଟ ଏକ ଜାତୀୟ ରାଜପଥ ଖୁଣ୍ଟୁଣୀରୁ ବାହାରି ଆଠଗଡ , ଶଙ୍କରପୁର , ମହୀଧରପୁର ଦେଇ ଅନୁଗୁଳ ଆସିବାର ଥିଲା । ଏହାକୁ ଏବେ ଅନୁଗୁଳ ନ ଆସି ବଅଁରପାଳକୁ ଲିଙ୍କ କରାଯିବାକୁ ଲକ୍ଷ୍ୟ ରଖା ଯାଇଛି । ୧୮ କିଲୋମିଟର ବିଶିଷ୍ଟ ଏହି ରାସ୍ତା ୪ ଲାଇନ ବିଶିଷ୍ଟ ହେବ । ଏହା ମହୀଧରପୁର , ବଉଳିଗଡ , ତାଳମୂଳ ଦେଇ ସିଧାସଳଖ ବଅଁରପାଳରେ ସଂଯୋଗ ହେଲେ ଏହା ଏକ ଅର୍ଥନୈତିକ କରିଡର ହେବ । ଏହି ଜାତୀୟ ରାଜପଥ ଦେଇ ନାଲକୋ , ଏମସିଏଲର ଗାଡି ମୋଟର ସହଜରେ ଚଳାଚଳ କରିବା ସହ ରାଉରକେଲାରୁ ମଧ୍ୟ ଗାଡି ଯିବା ଆସିବା କରିବାକୁ ସହଜ ହେବ । ଆଜି ଅନୁଗୁଳ ସର୍କିଟ ହାଉସ ଠାରେ ଏ ନେଇ ସବିଶେଷ ଆଲୋଚନା କରିବା ସହ ଉପ-ବାଚସ୍ପତି ରଜନୀକାନ୍ତ ସିଂହ ତୁରନ୍ତ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦେଇଛନ୍ତି । Advertisement
ଓଲଟା ଉଡିଲା ତ୍ରିରଙ୍ଗା ଅନୁଗୁଳ – ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିଛି । କିନ୍ତୁ ତ୍ରିରଙ୍ଗା କିଭଳି ସମ୍ମାନ ଦିଆଯିବ , କିଭଳି ପତାକା ଉତ୍ତୋଳନ କରାଯିବ…
ଜନ୍ତୁ ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ ପାଲଲହଡ଼ା – ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିବା ବେଳେ ସାଥୀ ଶିକାରୀ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ । ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି…
ଟ୍ରକ ପଛରେ ପିଟିହେଲା ଟ୍ରାଭେଲର – ୭ ଜବାନ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ମୁଣ୍ଡାସାହିଠାରେ ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଜବାନ ଆହତ ହୋଇଛନ୍ତି । ସେମାନଙ୍କ…