ମୁଖ୍ୟ ଖବର ବଅଁରପାଳ-ମହୀଧରପୁର ରାସ୍ତା ହେବ ୪ ଲାଇନ ବିଶିଷ୍ଟ Angul OnlineJuly 3, 2021July 3, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଅତିକ୍ରମ କରିବ ଆଉ ଏକ ଜାତୀୟ ରାଜପଥ । ଏ ନେଇ ଆଜି ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଆଲୋଚନା କରିବା ସହ ସ୍ଥିତି ପରଖିଛନ୍ତି । ୬୫୫ ନମ୍ବର ବିଶିଷ୍ଟ ଏକ ଜାତୀୟ ରାଜପଥ ଖୁଣ୍ଟୁଣୀରୁ ବାହାରି ଆଠଗଡ , ଶଙ୍କରପୁର , ମହୀଧରପୁର ଦେଇ ଅନୁଗୁଳ ଆସିବାର ଥିଲା । ଏହାକୁ ଏବେ ଅନୁଗୁଳ ନ ଆସି ବଅଁରପାଳକୁ ଲିଙ୍କ କରାଯିବାକୁ ଲକ୍ଷ୍ୟ ରଖା ଯାଇଛି । ୧୮ କିଲୋମିଟର ବିଶିଷ୍ଟ ଏହି ରାସ୍ତା ୪ ଲାଇନ ବିଶିଷ୍ଟ ହେବ । ଏହା ମହୀଧରପୁର , ବଉଳିଗଡ , ତାଳମୂଳ ଦେଇ ସିଧାସଳଖ ବଅଁରପାଳରେ ସଂଯୋଗ ହେଲେ ଏହା ଏକ ଅର୍ଥନୈତିକ କରିଡର ହେବ । ଏହି ଜାତୀୟ ରାଜପଥ ଦେଇ ନାଲକୋ , ଏମସିଏଲର ଗାଡି ମୋଟର ସହଜରେ ଚଳାଚଳ କରିବା ସହ ରାଉରକେଲାରୁ ମଧ୍ୟ ଗାଡି ଯିବା ଆସିବା କରିବାକୁ ସହଜ ହେବ । ଆଜି ଅନୁଗୁଳ ସର୍କିଟ ହାଉସ ଠାରେ ଏ ନେଇ ସବିଶେଷ ଆଲୋଚନା କରିବା ସହ ଉପ-ବାଚସ୍ପତି ରଜନୀକାନ୍ତ ସିଂହ ତୁରନ୍ତ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦେଇଛନ୍ତି । Advertisement
ସ୍ଵାୟତ ଶାସନ ଦିବସକୁ ବର୍ଜନ କଲେ ବିଜେଡ଼ି କାଉନସିଲର ସମେତ ପୌରାଧ୍ୟକ୍ଷ ତାଳଚେର – ୧୯୫୨ ମସିହାରେ ସ୍ଥାପିତ ତାଳଚେର ପୌରପାଳିକା ତା’ର ୭୧ ତମ ଜନ୍ମ ଦିବସ ତଥା ସ୍ବାୟତ୍ତ ଶାସନ ଦିବସ ପାଳନ କରିଥିବାବେଳେ ଅବ୍ୟବସ୍ଥା ଭିତରେ…
ସାଂସଦଙ୍କ ବାସଭବନରୁ ଚୋରି ପାଲଲହଡ଼ା – ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପାଲଲହଡା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ…
ବସ ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା – ୨୫ ଆହତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବତିସୁଆଁ ଗ୍ରାମ ନିକଟରେ ଏକ ବସ ଓ ଟ୍ୟାଙ୍କର ମଧ୍ୟରେ ମୁହାଁ ମୁହିଁ…