ଅପରାଧ ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା Angul OnlineAugust 13, 2021August 13, 2021 ଛେଣ୍ଡିପଦା -(AO) – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରୁ ଡିକି ଭାଙ୍ଗି ଟଙ୍କା ଲୁଟ । ଡିକି ଭାଙ୍ଗି ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ବାହାଳସାହିର ସରତ ସାହୁ ସକାଳ ପ୍ରାୟ ସାଢେ ୧୦ ଟା ବେଳେ ଆଇସିଆଇସିଆଇ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଇ ନିଜ ମୋଟର ସାଇକେଲ ଡିକିରେ ରଖିଥିଲେ । ସେଠାରୁ ସେ ବ୍ଲକ ପରିସରରେ ଗାଡି ରଖି ବ୍ଲକ ଭିତରକୁ କୌଣସି କାମରେ ଯାଇଥିଲେ । ତେବେ ବ୍ଲକ ଭିତରୁ ଆସିବା ପରେ ତାଙ୍କ ଡିକି ଭଙ୍ଗା ଯାଇଥିବା ଆଉ ସେଥିରେ ଟଙ୍କା ନଥିବା ଦେଖିଥିଲେ । କୌଣସି ଦୁର୍ବୃତ୍ତ ତାଙ୍କୁ ପିଛା କରି ତାଙ୍କ ଟଙ୍କା ଲୁଟି ନେଇଥିବା ଜାଣି ସେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି । Advertisement
ପୁଣି ବନ୍ଧୁକ ଓ ଖଣ୍ଡା ମୁନରେ ଲୁଟ – ପୁଲିସ ପାଇଁ କଡା ଚାଲେଞ୍ଜ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଡ଼କାୟତଙ୍କ ଆତଙ୍କରାଜ। ପୁଲିସକୁ ଖୋଲା ଚାଲେଞ୍ଜ ଦେବା ଭଳି ପୁଣି ଖଣ୍ଡା ଏବଂ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ…
୪ ସୁନା ଚେନ ଲୁଟେରା ସହ ଜଣେ କ୍ରେତା ଗିରଫ ଅନୁଗୁଳ – ସୁନା ଚେନ ଲୁଟ କରୁଥିବା ୪ ଜଣ ଲୁଟେରା ସମେତ ଜଣେ ଚେନ କ୍ରେତାକୁ ଗିରଫ କରିଛି ଅନୁଗୁଳ ପୁଲିସ । ଅନୁଗୁଳ ଥାନା…
ଡିପ୍ଲୋମା ସ୍କୁଲରୁ ଯନ୍ତ୍ରାଂଶ ଚୋରି – ଚୋରଙ୍କୁ କାବୁ କରି ପୁଲିସରେ ଦେଲେ ଲୋକେ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବନ୍ଦ ହୋଇ ପଡିଥିବା କାଇମେଟ ଡିପ୍ଲୋମା ବିଦ୍ୟାଳୟରୁ ଲୁହା ଚୋରୀକରି ଏକ ପିକଅପ ଭ୍ୟାନ କବାଡିରେ ବିକ୍ରିକରି ଫେରୁଥିବା ବେଳେ…