ଅନଲାଇନ ଏକ୍ସକ୍ଲୁସିଭମୁଖ୍ୟ ଖବର ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର Angul OnlineJanuary 5, 2021January 5, 2021 ଅନୁଗୁଳ – ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା । ପାକିସ୍ତାନରୁ ଫେରିଥିବା ସୁନ୍ଦରଗଡର ବିରୁଜୁ କୁଲୁ ଓଡିଶାରେ ପୁଣି ନିଖୋଜ ହୋଇଯାଇଥିଲେ । ଥାନାରେ ବିରିଜୁଙ୍କ ଭଉଣୀଙ୍କ ଅଭିଯୋଗ ପରେ ଛାନଭିନ ଆରମ୍ଭ କରିଥିଲା ସୁନ୍ଦରଗଡ଼ ପୋଲିସ । ତେବେ ବିଳମ୍ବିତ ରାତିରେ ତାଙ୍କୁ ତାଳଚେରରୁ ତାଙ୍କୁ ଉଦ୍ଧାର କରା ଯାଇଛି । ଏନେଇ ସୂଚନା ଦେଇ ସୁନ୍ଦରଗଡ ଏସପି ସାଗରିକା ନାଥ କହିଛନ୍ତି , କୁତ୍ରା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ବିରୁଜୁଙ୍କୁ ଖୋଜିବାରେ ଲାଗିଥିଲା । ବିରୁଜୁ ତାଳଚେର ବସଷ୍ଟାଣ୍ଡ ନିକଟରେ ବୁଲୁଥିବା ବେଳେ ତାଙ୍କୁ ତାଳଚେର ପୌରପାଳିକା ପକ୍ଷରୁ ଉଦ୍ଧାର କରି ପୋଲିସକୁ ସୂଚନା ଦିଆ ଯାଇଥିଲା । ସେ ସୁସ୍ଥ ଅଛନ୍ତି ଏବଂ ମାନସିକ ଅସନ୍ତୁଳନ ଯୋଗୁଁ ବିରଜୁ ଘର ଛାଡି ଚାଲି ଆସିଥିଲେ । ସୂଚନା ଅନୁସାରେ ଦୀର୍ଘ ୨୦ବର୍ଷ କାଳ ପାକିସ୍ତାନରେ ବନ୍ଦୀ ଜୀବନ କଟାଇବା ପରେ ବିରୁଜୁ ଗତ ନଭେମ୍ବର ୧୩ ତାରିଖରେ ଜନ୍ମମାଟିକୁ ଫେରିଥିଲେ ବିରଜୁ । ଜିଲ୍ଲା ପ୍ରଶାସନ ତାଙ୍କୁ ସ୍ୱାଗତ କରିବା ସହ ତାଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲେ ସ୍ଥାନୀୟ ବିଧାୟକ । କିନ୍ତୁ ବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀ ୨ ତାରିଖ ଶନିବାର କୁଆଡେ ଚାଲିଯାଇଥିଲେ ବିରଜୁ କୁଲୁ । ବହୁ ଖୋଜାଖୋଜି କରିବା ପରେ ତାଙ୍କର କୈଣସି ପତ୍ତା ନମିଳିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ସୁନ୍ଦରଗଡ ପୋଲିସର ଏକ ଟିମ ତାଳଚେର ଆସି ତାଙ୍କୁ ସୁନ୍ଦରଗଡ ଫେରାଇ ନେଇଛି । Advertisement
ପ୍ରଥମ ଜିଲ୍ଲାପାଳଙ୍କ ଦେହାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ବିଜବର କାନୁନଗୋଙ୍କର ପରଲୋକ ଘଟିଛି । ସ୍ଵର୍ଗତ କାନୁନ୍ଗୋ କିଛିଦିନ ତଳେ କରୋନାରେ…
ରାସ୍ତା ଗିଳୁଛି ମୁଣ୍ଡ – ବର୍ଷେ ଭିତରେ ୨୫% ଦୁର୍ଘଟଣା ବୃଦ୍ଧି ଅନୁଗୁଳ – ବେପରୁଆ ଗାଡ଼ି ଚାଳନା ଏବଂ ସୁରକ୍ଷାକୁ ଅଣଦେଖା ଯୋଗୁ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ପ୍ରତି ବର୍ଷ ଦୁର୍ଘଟଣାରେ ପ୍ରାଣ ହରାଉଥିବା…
ଚାଲିଲା ଏନଟିପିସି ଟିଟିପିଏସ ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର…