ଆଞ୍ଚଳିକରାଜନୀତି ବିଜେଡିର ତାଳଚେର ମୁନିସିପାଲିଟି କମିଟିର ପୁନଃର୍ଗଠନ – ସୁଧୀର ସଭାପତି,ଲଳିତ ସାଧାରଣ ସମ୍ପାଦକ Angul OnlineJanuary 31, 2021January 31, 2021 ତାଳଚେର – ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରୀୟାଶିଳ ଓ ସୁଦୃଢ଼ କରିବା ପାଇଁ ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି କମିଟିର ପୁନଃଗଠନକୁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଅନୁମୋଦନ କରିଛନ୍ତି । ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ( ଯୁବ ବ୍ୟାପାର ) ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାଏ , ବିଜୁ ଯୁବ ଜନତା ଦଳ ର ରାଜ୍ୟ ସଭାପତି ବୌମକେଶ ରାୟ , ଯୁବ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ସୁନିଲ କୁମାର ପଣ୍ଡା , କଟକ ଜୋନ ସଭାପତି ଶୁଭ୍ରାଂଶୁ ନାରାୟଣ ମିଶ୍ରଙ୍କ ସହମତି କ୍ରମେ ଏହି କମିଟି ଘୋଷଣା କରାଯାଇଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସହମତି କ୍ରମେ , ବିଜୁ ଯୁବ ଜନତା ଦଳର ତାଳଚେର ମୁନିସିପାଲିଟି ସଭାପତି ସୁଧିର କୁମାର ସିଂହସାମନ୍ତଙ୍କ ତତ୍ତ୍ବାବଧନରେ ଏହି କମିଟି ଗଠନ କରାଯାଇ ଅଛି । ବିଜୁ ଯୁବ ଜନତା ଦଳର ତାଳଚେର ମୁନିସିପାଲିଟି କମିଟିର ସାଧାରଣ ସମ୍ପାଦକ ଭାବେ ଲଳିତ ରାଉତ, ଉପସଭାପତି ଚନ୍ଦନ ସିଂହ ଏବଂ ମିଡ଼ିଆ ସେଲର ଦାୟୀତ୍ବ ଅଶ୍ୱିନୀ ସେଠଙ୍କୁ ପ୍ରଦାନ କରାଯାଇଛି । Advertisement
Forsten’s cat ସାପ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କଇଁଛପଦା ଅଞ୍ଚଳରୁ ଏକ Forsten’s Cat Snake ( ବିରାଡି ମୁହାଁ ପାହାଡିଆ ଚିତି) ଉଦ୍ଧାର ହୋଇଛି । ଗାଁର…
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଦାବି ଅନୁଗୁଳ – ଗୋବଂଶର ସୁରକ୍ଷା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଧର୍ମାନ୍ତରୀକରଣ ବନ୍ଦ କରିବା…
ପାଣିରେ ବୁଡି ବୃଦ୍ଧା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଳ ଗାଁରେ ପାଣିରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ପିପଳବାହାଳ ଗ୍ରାମର ଜେମା…