ରାଜନୀତି ବିଜେଡି ର ମିଶ୍ରଣ ପର୍ବ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ Angul OnlineAugust 9, 2021August 9, 2021 ଛେଣ୍ଡିପଦା -(AO)- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ବଡହିଁସର ପଞ୍ଚାୟତର ମା ଖୁମ୍ବେଶ୍ବରୀ ପିଠଠାରେ ବିଜୁ ଜନତା ଦଳ ତରଫରୁ ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା । ଏହି ମିଶ୍ରଣ ପର୍ବରେ ବଡହିଂସର ଓ କଞ୍ଜରା ପଞ୍ଚାୟତରୁ ୬୦ ରୁ ଊର୍ଦ୍ଧ୍ଵ ବିଜେପି ଓ କଂଗ୍ରେସର ସକ୍ରୀୟ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ବଡହିଁସର ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା – ବିପିନୀ ସାହୁ , ରବୀନ୍ଦ୍ର ସାହୁ , ବିଜେପି ନେତା – ବୁଲା ସାହୁ, ହେମନ୍ତ ସାହୁ , ପ୍ରଦୀପ ସାହୁ , କଞ୍ଜରା ପଞ୍ଚାୟତର ବିଜେପି ନେତା ସଞ୍ଜୟ ସେଠୀ , ସଦୀଆ ସାହୁ ମଧ୍ୟ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଆଗାମୀ ସମୟରେ କୋଭିଡ କଟକଣା ପରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେମାନଙ୍କ ସହିତ ଉଭୟ ପଞ୍ଚାୟତର ୫୦୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସର ସମର୍ଥକ ବିଜେଡି ରେ ସାମିଲ ହେବେ । ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଲକ୍ଷ୍ମୀକାନ୍ତ ସାହୁଙ୍କ ନେତୃତ୍ତ୍ବରେ ଏହି ମିଶ୍ରଣ ପର୍ବ ଆୟୋଜନ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇ ସମସ୍ତଙ୍କୁ ଦଳରେ ସାମିଲ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ , ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ , ଜିଲ୍ଲା ପରିଷଦ ସନ୍ତୋଷ କୁମାର ଦାସ , ବିଜେଡି ବରିଷ୍ଠ ନେତା ପରମାନନ୍ଦ ସାହୁ , ବିଜେଡି ପର୍ଯ୍ୟବେକ୍ଷକ ମଦନମୋହନ ସାହୁ , ଯୁବ ବିଜେଡି ବ୍ଲକ କାର୍ଯ୍ୟକାରୀ ସଭାପତି ଅନୀଲକୁମାର ପ୍ରଧାନ , ବିଜେଡି ନେତା ପ୍ରଶାନ୍ତ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକଙ୍କ ଦ୍ଵାରା ବଅଁରପାଳ ବ୍ଲକର କଞ୍ଜରା , ସାନ୍ତରାପୁର ଓ ବଡହିଁସର ପଞ୍ଚାୟତରେ ମାସ୍କ ବଣ୍ଟନ କାର୍ଯ୍ୟ କରାଯାଇଥିଲା । ଏହା ସହିତ ମାନ୍ୟବର ବିଧାୟକଙ୍କ ଦ୍ବାରା ଗ୍ରାମରେ ୮୦ ହଜାର ଲିଟର କ୍ଷମତା ସମ୍ପର୍ଣ ଏକ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଉଦଘାଟନ କରା ଯାଇଥିଲା । ଏହା ମାଧ୍ୟମରେ ବଡହିଂସର ଗ୍ରାମର ପ୍ରତ୍ୟକ ପରିବାରକୁ ପାନୀୟଜଳ ଯୋଗେଇ ଦିଆଯିବ । Advertisement
ପ୍ରଧାନମନ୍ତ୍ରୀ ଓ ଆଦାନୀଙ୍କ ମଧୁଚନ୍ଦ୍ରିକା ଭାରତବର୍ଷର ମେଗାସ୍କାମ – ଜୟନ୍ତ ମହାନ୍ତି ଅନୁଗୋଳ – ଅନୁଗୋଳର ଏକ ଘରୋଇ ହୋଟେଲଠାରେ ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ନିଯୁକ୍ତ ଅନୁଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଜୟନ୍ତ କୁମାର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ…
ତିନି ପ୍ରମୁଖ ଦଳର ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ନାମ ଘୋଷଣା ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ମାହୋଲ ସରଗରମ ହେଲାଣି । ସରପଞ୍ଚ , ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନାମାଙ୍କନ ପାତ୍ର…
ଭୋଟ୍ ବର୍ଜନ ପାଇଁ ଶପଥ ନେଲେ ଗୋପିବଲ୍ଲଭପୁର ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ଗ୍ରାମ ପଞ୍ଚାୟତର ଗୋପୀବଲ୍ଲଭପୁର ଗ୍ରାମର ଶତାଧିକ ଗ୍ରାମବାସୀ ଭୋଟ ବର୍ଜନ ନିମନ୍ତେ ଗ୍ରାମ୍ୟ ଦେବୀଙ୍କ ନିକଟରେ ଶପଥ…