ମୁଖ୍ୟ ଖବର ବିଚାରାଧୀନ କଏଦୀଙ୍କ ମୃତ୍ୟୁ – ହତ୍ୟା ଅଭିଯୋଗ Angul OnlineAugust 9, 2021August 9, 2021 ଆଠମଲ୍ଲିକ -(AO)- ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପକାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ କଏଦୀ ହେଉଛନ୍ତି କିଶୋରନଗର ଥାନା ଅଙ୍ଗପଡ଼ା ହରିଜନ ସାହିର ୨୬ ବର୍ଷୀୟ ସୁମନ ଦେହୁରୀ l ସେ ଏକ ହତ୍ୟା ମାମଲାରେ ଗତ ବର୍ଷ ସେପ୍ଟେମ୍ବର ୯ ତାରିଖରୁ ଉପକାରାଗାରରେ ରହିଥିଲେ । ଜେଲ୍ ଅଧୀକ୍ଷକ ସମରେନ୍ଦ୍ର ଦେହୁରୀଙ୍କ ସୂଚନା ଅନୁସାରେ , ସୁମନ ଅନ୍ୟଦିନ ପରି ରବିବାର ଖାଇସାରି ଟିଭି ଦେଖୁଥିଲେ । ଅପରାହ୍ଣ ୪ଟା ବେଳେ ସେ ଅସୁସ୍ଥ ହୋଇପଡ଼ିଥିବା ଅନ୍ୟ କଏଦୀଙ୍କଠାରୁ ଖବର ପାଇ ଜେଲ୍ ୱାର୍ଡ଼ର ତାଙ୍କ ପାଖକୁ ଯାଇଥିଲେ । ତାଙ୍କୁ ଡାକିବାରୁ ସୁମନ କିଛି କହିନଥିଲେ । ପରେ ସୁମନଙ୍କୁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ତେବେ ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ପରିବାର ଲୋକ ତାଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି । ଶବ ଦେଖିବା ପରେ ସୁମନକୁ ପିଟି ପିଟି ମାରି ଦେଇଥିବାର ଅଭିଯୋଗ ଆଣି ସୁମନ ଦେହୁରୀର ବଡ଼ ଭଉଣୀ ଜୁନା ଦେହୁରୀ ଥାନାରେ ଅଭିଯୋଗ କରିଛନ୍ତି । ଆଜି ମାଜିଷ୍ଟ୍ରେଟ ଓ ପରିବାର ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଆଠମଲ୍ଲିକ ରେ ଶବ ବ୍ୟବଚ୍ଛେଦ କରିବାକୁ ମନା କରି କରି ପରିବାର ଲୋକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି । ତେବେ ଏ ସମ୍ପର୍କରେ ଆଠମଲ୍ଲିକ ଜେଲ ଅଧିକାରୀ ସରେନ୍ଦ୍ର ଦେହୁରୀଙ୍କୁ ପଚାରିବାରୁ ସେ ସୁମନ ଦେହୁରୀ ଭଲ ପିଲା ଥିଲା । ତାକୁ କେହି ମାରି ନାହାନ୍ତି ବୋଲି କହିଛନ୍ତି । Advertisement
ନାବାଳିକା ଖୁସି ହତ୍ଯା ଘଟଣା – ଅଭିଯୁକ୍ତ ସୌମ୍ଯ କଲା କ୍ରାଇମ ସିନ୍ ରିକ୍ରିଏସନ ଅନୁଗୋଳ – ଅନୁଗୋଳ ଜିଲ୍ଲା କୁଇଓ ଗାଁରେ ହୋଇଥିବା ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ପୁଲିସ ଧରିବାରେ…
ବଜ୍ରପାତରେ ଆଇ ଟି ଆଇ ଛାତ୍ର ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡକେରଜାଙ୍ଗ କଦମ୍ବପଡା ଗ୍ରାମର ଜଣେ ଆଇ ଟି ଆଇ ଛାତ୍ର ଦୁଷ୍ମନ୍ତ ସାହୁଙ୍କ ମଙ୍ଗଳବାର ଅପରାହ୍ନ…
୧୦ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର…