ଆଞ୍ଚଳିକରାଜନୀତି ହାତ ଛାଡିଲେ ସୁବୋଧ – ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳରେ ବିଜେପିର ମିଶ୍ରଣ ପର୍ବ Angul OnlineJanuary 10, 2021January 10, 2021 ଅନୁଗୁଳ – ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ , ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସି ବିଜେପି ମିଶ୍ରଣ ପର୍ବର ଯୋଗ ଦେଇ ଥିଲେ । ରାଣିଗୁଡାସ୍ଥିତ ଜିଲ୍ଲା ପାର୍ଟି ଅଫିସରେ ଏହି ମିଶ୍ରଣ ପର୍ବ ହୋଇଥିବା ବେଳେ କଂଗ୍ରେସ ଛାଡି ପାଲଲହଡ଼ାର ବିଧାୟକ ପ୍ରାର୍ଥୀ ସୁବୋଧ ପାଣି ଓ ଅନୁଗୁଳର କିଛି କଂଗ୍ରେସ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ । ଆଜି ଅପରାହ୍ନରେ ଶ୍ରୀଯୁକ୍ତ ପ୍ରଧାନ ଅନୁଗୁଳ ସର୍କିଟ ହାଉସ ଠାରେ ପହଁଚିବା ପରେ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ବିଜେପି କାର୍ଯ୍ୟାଳୟ ପହଞ୍ଚିବା ପରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ତେବେ ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ , ଅନୁଗୁଳ ଜିଲ୍ଲା ତାଳଚେର ଠାରେ ୫ ଶହ କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମାଣ ହୋଇଥିବା ମେଡିକାଲ କଲେଜକୁ ନେଇ କହିଥିଲେ ଯେ , ଏମସିଏଲ ଓ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସହିତ ଚାଲିଛି ଆଲୋଚନା କରାଯାଉଛି । ଖୁବଶୀଘ୍ର ଏହାର ସମାଧାନ ହେବ । ନାଲୋକ ଠାରେ ନିର୍ମାଣ ହୋଇଥିବା ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ , କୋଭିଡ ହସ୍ପିଟାଲ ହୋଇଥିବାରୁ ବିଳମ୍ବ ହୋଇଛି । କୋଭିଡ ହସ୍ପିଟାଲ ଉଠିଗଲା ପରେ ଚକ୍ଷୁ ଚିକିତ୍ସାଳୟ କାମ ଆରମ୍ଭ ହେବ । ସେପଟେ ତାଳଚେର TTPS ବନ୍ଦ ହୋଇଯିବା ନେଇ ଯେଉଁ ଆଲୋଚନା ଓ ବିବାଦର ମୁଣ୍ଡ ଟେକିଥିଲା ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ଣଛେଦ ପକାଇଛନ୍ତି । ଏହି ପ୍ଳାଣ୍ଟ ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି । ଏହି ମିଶ୍ରଣ ପର୍ବରେ ଶତାଧିକ ବିଜେଡି ଓ କଂଗ୍ରେସ ଦଳ ଛାଡି ଆଜି ବିଜେପିରେ ଯୋଗ ଦେଇଥିଲେ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଭରସା ରଖି ଏହି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ଆଉ ସେମାନଙ୍କ ଯୋଗଦାନ ଦଳକୁ ସୁଦୃଢ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । Advertisement
ହାଇୱା ପଛରେ ଧକ୍କାଦେଲା ବସ୍ ଅନୁଗୁଳ – ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା । ହାଇୱା ପଛରେ ଧକ୍କା ଦେଲା ବସ୍ । ଯାହା ଫଳରେ ୬ ଜଣ ଆହତ ହୋଇ…
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏବଂ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା…
ମାର୍ଚ୍ଚ ପହିଲାରୁ ଜଳକଷ୍ଟ – ଜଳ ଯୋଗାଣ ଦାବିରେ ରାସ୍ତାରୋକ ଅନୁଗୁଳ – ମାର୍ଚ୍ଚ ମାସ ପହିଲାରୁ ଗ୍ରୀଷ୍ମ ପ୍ରବାହ କଷ୍ଟ ଦେଲାଣି । ଖରାର ପ୍ରକୋପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି । ଏପରିସ୍ଥଳେ ପାଣି…