ଆଞ୍ଚଳିକ ଗାନ୍ଧୀ ହତ୍ୟାର ଅକୁହା କଥା ଉନ୍ମୋଚନ Angul OnlineJanuary 9, 2021January 9, 2021 ଅନୁଗୁଳ – ନିଜର ସତ୍ୟ ଅହିଂସାର ବିଚାରଧାରାକୁ ସମଗ୍ର ସମାଜରେ ପରିବ୍ୟାପ୍ତ କରିବାକୁ ପ୍ରୟାସ କରିଥିବା ମହାତ୍ମା ଗାନ୍ଧୀ ଯେ ବଧ ଯୋଗ୍ୟ , ସବରକର ଇଂଲଣ୍ଡ ରହଣୀ କାଳରୁ ଯାହା ନିଷ୍ପତି କରିଥିଲେ , ଅନେକ ପ୍ରୟାସ ପରେ ଯାଇ ସେଥିରେ ସଫଳତା ହାସଲ କରିପାରିଥିଲେ । ସେହିପରି ମାତ୍ର ଛଅ ମାସ ପୂର୍ବରୁ ଯେଉଁ ନ୍ୟାୟାଳୟ ଓ ପୋଲିସ ଗାନ୍ଧୀଜୀଙ୍କୁ ଜେଲରେ ବନ୍ଦୀ କରିବା ନିଜର ପରମ କର୍ତ୍ତବ୍ୟ ବୋଲି ବିଚାରୁଥିଲେ , ସେମାନଙ୍କ ଠାରୁ ଗାନ୍ଧୀ ହତ୍ୟା ପ୍ରକୃତ ଅପରାଧୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଆଶା ବି ବୃଥା ଥିଲା । କ୍ଷମତା ପରିବର୍ଭନ ଯେ ସ୍ଵାଧୀନତା ନୁହେଁ , ସର୍ଦ୍ଦାର ପଟେଲଙ୍କ ଠାରୁ ଆରମ୍ଭ କରି ଜବାହରଲାଲ ଓ ମୋରାଜୀ ଦେଶାଇଙ୍କ ଯାଏ ଗାନ୍ଧୀଜୀଙ୍କୁ ସୁରକ୍ଷା ଯୋଗାଇ ନପାରି ଗାନ୍ଧୀ ଶିଷ୍ୟମାନେ ପ୍ରମାଣିତ କରିଯାଇଛନ୍ତି । ଗାନ୍ଧୀ ହତ୍ୟାର ଅକୁହା କଥା ପୁସ୍ତକ ଉନ୍ମୋଚନ ଅବସରରେ ବକ୍ତାମାନେ ଉପରୋକ୍ତ ମତ ପ୍ରକାଶ ସହ ଗାନ୍ଧୀ ଆତ୍ମକଥା ଭଳି ଜେମସ ଡବ୍ଲୁ ଡଗଲାସଙ୍କ ଏହି ପୁସ୍ତକ ଅନେକ ନୂତନ ସତ୍ୟର ଉନ୍ମୋଚନ କରିଛି ବୋଲି ମତ ଦେଇଥିଲେ । ଉତ୍କଳ ଗାନ୍ଧୀ ସ୍ମାରକ ନିଧୂର ସଭାନେତ୍ରୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ବାଜି ରାଉତ ଛାତ୍ରାବାସ ଠାରେ ଆୟୋଜିତ ସାଧାରଣ ସଭାରେ ଛାତ୍ରାବାସର ପରିଚାଳକ କୈଳାସ ଚନ୍ଦ୍ର ସାହୁ , ଶିବ ରାମ ମିଶ୍ର , ଇଂ . ଧନେଶ୍ୱର ସାହୁ , ଆନନ୍ଦ ଚନ୍ଦ୍ର ମହାପାତ୍ର , କୁମୁଦ ଚନ୍ଦ୍ର ଦାସ , ବ୍ରହ୍ମ ଜ୍ୟୋତି ମିଶ୍ର , ବିଶ୍ୱରଞ୍ଜନ ପ୍ରଧାନ , ଅଜୟ ସାହୁ , ଶ୍ରୀକାନ୍ତ ନାୟକ , ମୁରଲୀ ଧର ମୂଳିଆ , ଲିପିକା ମହାପାତ୍ର ମନୋଜା ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଶିଷ୍ଟ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ସର ପୁସ୍ତକର ସମୀକ୍ଷା କରି କହିଲେ ଯେ ଗାନ୍ଧୀଜୀ ସତ୍ୟାଗ୍ରହୀ ଭାବରେ ମୃତ୍ୟକୁ ଆପଣାଇବା ପାଇଁ ସଦା ପ୍ରସ୍ତୁତ ଥିବା ବେଳେ ହତ୍ୟାକାରୀମାନେ ତାଙ୍କ ହତ୍ୟା ପାଇଁ ଯେଉଁ ଷଡ଼ଯନ୍ତ୍ରମାନ କରିଥିଲେ ଏହି ପୁସ୍ତକ ସେସବୁ ସତ୍ୟକୁ ଉନ୍ମୋଚିତ କରିଛି । ରାମଙ୍କୁ ନେଇ ଗାନ୍ଧୀ ଓ ସବରକରଙ୍କ ମଧ୍ୟରେ ଯେଉଁ ମତ ପାର୍ଥକ୍ୟ ଥିଲା । ଓ ଆଜି ରାମ ମନ୍ଦିରକୁ ନେଇ ସବରକରବାଦୀ ଓ ଗାନ୍ଧିବାଦୀଙ୍କ ଭିତରେ ଯେଉଁ ଫରକ ରହିଛି ସେହି ବିଚାରକୁ ବି ଏହି ପୁସ୍ତକ ଉଜାଗର କରିଛି । ସଭା ପ୍ରାରମ୍ଭରେ ସୂର୍ଯ୍ୟ ନାରାୟଣ ନାଥ ସ୍ୱାଗତ ଭାଷଣ , ଡଃ ବିଶ୍ୱଜିତ ପ୍ରକାଶକୀୟ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । Advertisement
ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମେଳନ ଆୟୋଜିତ ଅନୁଗୁଳ – କୃଷି ବିଜ୍ଞାନ କେନ୍ଦ୍ର, ଅନୁଗୁଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଲୋକସଭା ସାଂସଦ…
ଟ୍ରକରେ ଲୋଡିଙ୍ଗ ଦେବାକୁ କମ୍ପାନୀ ଅମଙ୍ଗ – ଚାଲୁ ରହିବ ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଥିବା ଜିନ୍ଦଲ ଓ ନାଲକୋ କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଆଜି ପ୍ରଶାସନ ମଧ୍ୟସ୍ଥତାରେ କମ୍ପାନୀ ଓ…
ଆମ ଜଙ୍ଗଲ ଯୋଜନା ’ ଉପଦେଷ୍ଟାଙ୍କର ବନଖଣ୍ଡ ପରିଦର୍ଶନ ଅନୁଗୋଳ – ରାଜ୍ୟ ସରକାରଙ୍କ ‘ ଆମ ଜଙ୍ଗଲ ଯୋଜନା’ରେ ନୂତନ ଭାବେ ଅବସ୍ଥାପିତ ଉପଦେଷ୍ଟା ନାରାୟଣ ପଟ୍ଟନାୟକ , ଦୁଇଦିନିଆ ଅନୁଗୁଳ ଜିଲ୍ଲା ପରିଦର୍ଶନରେ ଆସିଥିଲେ…