ଅପରାଧ ଏଟିମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ Angul OnlineAugust 21, 2022August 21, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାକୁ ପୁଣି ଥରେ ଏଟିଏମ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗତ ଦୁଇ ବର୍ଷ ତଳେ ବାରମ୍ବାର ଏଟିଏମ ଭାଙ୍ଗି ଲୁଟ ହୋଇଥିବା ବେଳେ ପୁଲିସ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବୋଲି କହିଥିଲା । ତେବେ ଦୀର୍ଘ ଦିନ ବ୍ୟବଧାନରେ ଜିଲ୍ଲାରେ ପୁଣି ଥରେ ଏଟିଏମ ଲୁଟେରା ମାନେ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିବାକୁ ଚେଷ୍ଟା କରିଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଛେଣ୍ଡିପଦା ଥାନା ନୂଆଁଗାଁ ଠାରେ ଥିବା ଏସ ବି ଆଇ ଶାଖାର ଏଟିଏମ କୁ ଲୁଟେରା ମାନେ ଭଙ୍ଗାରୁଜା କରିଛନ୍ତି । ଏଟିଏମ ମେସିନର ସାମ୍ନା ପଟ ସେମାନେ ଶାବଳରେ ଭାଙ୍ଗି ଥିବା ବେଳେ ଟଙ୍କା ଲୁଟ ହୋଇଛି କି ନାହିଁ ତାହା ଜଣା ପଡି ନାହିଁ । ସ୍ଥାନୀୟ ଲୋକ ଏଟିଏମ ଭଙ୍ଗା ଯାଇଥିବା ଦେଖି ପୁଲିସକୁ ସୂଚନା ଦେଇଛନ୍ତି । ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଆସିବା ପରେ ଟଙ୍କା ଲୁଟ ହୋଇଛି ନା ନାହିଁ ଜଣା ପଡିବ । Advertisement
ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ – ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ପୂର୍ବ ଶତ୍ରୁତାରୁ ଗାଁର ଜଣେ ଯୁବକକୁ…
ଚୋରି ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ କଲେଜ କ୍ବାର୍ଟରର ଆଜବେଷ୍ଟସ୍ ଭାଙ୍ଗି ଚୋରି ଅଭିଯୋଗରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା…
ଭିଜିଲାନ୍ସ ଜାଲରେ ଅମୀନ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅମୀନ। ଅନୁଗୋଳ ଜିଲ୍ଲା କଣିହାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ ଲାଞ୍ଚ ନେଉଥିବା ବେଳେ ଜଣେ…