ଅନୁଗୋଳ- ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ନିଜ ଭାଉଜଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦିଅରଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ଅଭିଯୋଗ କାରରିଣୀ ଭାଉଜଙ୍କ ସ୍ବାମୀ ରାଜ୍ୟ ବହାରେ କାମ କରନ୍ତି। ଏହାର ସୁଯୋଗ ନେଇ ତାଙ୍କ ଦିଅର ନାଣ୍ଡୁ ନାଏକ(୧୯) ତାଙ୍କୁ ଅଶ୍ଳିଳ ଇଙ୍ଗିତ ଓ ମନ୍ତବ୍ୟ ଦିଅନ୍ତି । ଏଥିରେ ଭାଉଜ ପ୍ରତିବାଦ କରିଲେ ନାଣ୍ଡୁ ତାଙ୍କୁ ବାଡ଼ିଆପିଟା କରନ୍ତି । ତେବେ ମାସେ ତଳେ ନାଣ୍ଡୁ ତାଙ୍କୁ ଦୁଷ୍କର୍ମ କରିଥିଲେ। ସ୍ବାମୀ ଫେରିବାପରେ ଘଟଣା ପ୍ରକାଶକରି ସୋମବାର ବଅଁରପାଳ ଥାନାରେ ଭାଉଜ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦିଅରକୁ ମଙ୍ଗଳବାର ଗିରଫକରି କୋର୍ଟ ଚାଲାଣ କରିଛି ।


