ଅପରାଧ ବ୍ରାଉନସୁଗାର ଜବତ – ସୁନୀଲ ସେଠୀ ଗିରଫ Angul OnlineOctober 10, 2022October 10, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଳିୟାରୀ ପୁଲିସ ହାଣ୍ଡିଧୂଆଁ ନିକଟରୁ ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ୨୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି । ସୂଚନା ଅନୁସାରେ କୋଳିୟାରୀ ଥାନା ଏସଆଇ ବିକାଶ ଗିରି ଗତକାଲି ପ୍ରାୟ ରାତି ୯ ଟା ବେଳେ ସଦଳବଳେ ପେଟ୍ରୋଲିଂ କରୁଥିଲେ । ସେତିକିବେଳେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହାଣ୍ଡିଧୂଆଁ ଛକରେ ଥିବା ସୁନୀଲ ସେଠୀଙ୍କୁ ଅଟକାଇ ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ ସେ ଏକ ପଲିଥିନ ପ୍ୟାକେଟରେ ବ୍ରାଉନସୁଗାର ରଖିଥିବା ଜଣା ପଡିଥିଲା । ପଚରାଉଚରା ବେଳେ ସେ ବିକ୍ରି କରିବାକୁ ଏହା ରଖିଥିବା ସ୍ୱୀକାର କରିଥିଲା । ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ରାଉନସୁଗାର ଓଜନ କରିବା ପରେ ଏହି ପ୍ୟାକେଟରେ ୨୦.୦୮ ଗ୍ରାମ ବ୍ରାଉନସୁଗାର ଥିବା ଜଣା ପଡିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ହେବ ବୋଲି ଜଣା ପଡ଼ିଛି । ଆଜି ପୁଲିସ ଗିରଫ ସୁନୀଲକୁ କୋର୍ଟ ଚାଲାଣ କରିଥିବା କୋଳିୟାରୀ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟନାୟକ ସୂଚନା ଦେଇଛନ୍ତି । Advertisement
ମାଗଣା ମଦ ପାଇଁ ମଦ ଦୋକାନରେ ଭଙ୍ଗାରୁଜା ଅନୁଗୁଳ – ମାଗଣାରେ ମଦ ମାଗିଲେ , ମନା କରିବାରୁ ଦୋକାନରେ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କଲେ । ଏଭଳି ଘଟଣା ଅନୁଗୁଳ ପ୍ରଗତିନଗରରେ…
ସ୍ତ୍ରୀର ଦ୍ଵିତୀୟ ସ୍ୱାମୀକୁ ଗଳା କାଟି ହତ୍ୟା କଲା ପ୍ରଥମ ସ୍ୱାମୀ – କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ମସୁଣିହତା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି । ମୃତକ ହେଲେ ମସୁଣିହତା ଗ୍ରାମର ୨୫ ବର୍ଷୀୟ…
ହାତୀଦାନ୍ତ ସହ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କନ୍ଧକୋଇଲି ଗାଁରେ ଆଜି ଏସଟିଏଫ ଓ ବନ ବିଭାଗ ଚାଢାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିଥିବା…