ଅପରାଧ ମହିଳାଙ୍କ ଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ Angul OnlineSeptember 14, 2022September 14, 2022 ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ମିଳିଛି ଏକ ବଡ଼ ସଫଳତା । ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ଏହି ବେପାରରେ କିଙ୍ଗପିନ କୁହା ଯାଉଥିବା ଜଣେ ମହିଳା ଓ ତାର ସହଯୋଗୀକୁ ଗିରଫ କରାଯାଇଛି । ସୂଚନା ଅନୁସାରେ ଗିରାଙ୍ଗ ଅଂଚଳରେ ରହୁଥିବା ଝିଲି ସାହୁ ନାମକ ଜଣେ ମହିଳା ଅନେକଦିନ ହେଲା ବ୍ରାଉନସୁଗାର ବେପାର କରୁଥିବା ଖବର ମିଳିଥିବା ବେଳେ ଏହା ଉପରେ ଅବକାରୀ ବିଭାଗ ନଜର ରଖିଥିଲା । ଆଜି ସେ ବ୍ରାଉନସୁଗାର ନେଇ ଯାଉଥିବା ଖବର ପାଇ ଅବକାରୀ ବିଭାଗ ତାଳଚେର ମୁଣ୍ଡାସାହି ଠାରେ ତାକୁ ଧରି ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତା ନିକଟରୁ ୧୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ୨୦ ହଜାର ଟଙ୍କା ହେବ । ଝିଲି ସହ ତାର ସହଯୋଗୀ ପ୍ରଦ୍ୟୁମ୍ନ ସାହୁକୁ ଅବକାରୀ ବିଭାଗ ଗିରଫ କରିଛି । ଝିଲି ଅନେକ ଦିନ ହେଲା ଏହି ବେପାର କରୁଥିବା ବେଳେ ସେ ନାଲକୋ ଏବଂ ତାଳଚେର ଅଞ୍ଚଳରେ ଏହି ବ୍ୟବସାୟ କରି ଆସୁଥିଲା । ତେବେ ସେ କେଉଁଠାରୁ ଆଉ କିଭଳି ବ୍ରାଉନସୁଗାର ଆଣୁଥିଲା ସେ ନେଇ ତଦନ୍ତ କରା ଯାଉଛି । Advertisement
ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ଅନୁଗୋଳ – ଗତ ଏକ ବର୍ଷ ତଳେ ଜନୈକା ନାବାଳିକାକୁ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ମାନ୍ୟବର ଆଡ଼ହକ ଅତିରିକ୍ତ ଜିଲ୍ଲା ଓ…
ଦାଦାବଟି ମାଗି ୩ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ସମଲ ପୁଲିସ ଦାଦାବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁଲେଇ ଗାଁର…
ଛୁଆ ଚୋରି ସନ୍ଦେହ – ଗାଡି ଚାଳକକୁ ଲଙ୍ଗଳା କରି ପିଟିଲେ ଅନ୍ୟପଟେ ଦୁଇ ମହିଳାଙ୍କୁ ପୁଲିସର ଜିମା ଦେଲେ ଅନୁଗୁଳ – ପିଲା ଚୋର ଗୁଜବ ପାଇଁ ଗାଡି ଚାଳକ ଯୁବକଙ୍କୁ ଅମାନୁଷିକ ମାଡ ମାରିଲେ ଯୁବ ଗୋଷ୍ଠୀ । ଯୁବକକୁ ଉଦ୍ଧାର କରିବାକୁ ଯାଇ ପୁଲିସ…