ମୁଖ୍ୟ ଖବର ଖାଦ୍ୟ ମାନ ଜାଞ୍ଚ କଲେ – ଅଖାଦ୍ୟ ଫୋପାଡି ଦେଲେ Angul OnlineAugust 22, 2022August 22, 2022 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ଅଞ୍ଚଳରେ ଆଜି ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭନ୍ନ ଜଳଖିଆ ଦୋକାନ , ମିଠା ଦୋକାନ ଆଦିରେ ଚଢାଉ କରା ଯାଇଥିଲା । ଚଢାଉ ବେଳେ ଖାଦ୍ୟର ମାନ ଜାଞ୍ଚ କରିବା ସହ ଫୁଡ ଲାଇସେନ୍ସ ଜାଞ୍ଚ କରା ଯାଇଥିଲା । ଅନେକ ଦୋକାନରେ ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି ଏବଂ ବିକ୍ରି କରା ଯାଉଥିବା ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରି ହେଉଥିବା ଯୋଗୁଁ ବିଭାଗ ପକ୍ଷରୁ ସେଗୁଡିକୁ ଫୋପାଡି ନଷ୍ଟ କରି ଦିଆ ଯାଇଥିଲା । ଏହା ସହ ସେମାନଙ୍କୁ ଭବିଷ୍ୟତରେ ଏଭଳି ଅସ୍ଵାସ୍ଥ୍ୟକର ପରିବେଶରେ ଏବଂ ଅଖାଦ୍ୟ ବିକ୍ରି ନ କରିବାକୁ ତାଗିଦ କରା ଯାଇଛି । ଜିଲ୍ଳା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରାଙ୍କ ନିର୍ଦେଶରେ ଅନୁଗୁଳ ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରା , ତାଳଚେର ଖାଦ୍ୟ ନିରାପତ୍ତା ଅଧିକାରୀ ସୁମିତ ସୌରଭ ପରିଡା ଓ ନୀଳାମ୍ବର ପ୍ରଧାନ ଏହି ଚଢାଉ କରିଥିଲେ । Advertisement
ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଗାଁରେ ମଙ୍ଗଳବାର ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଯେ,…
ସୁଭଦ୍ରା ଟଙ୍କା ଉଠାଇବାକୁ ଯାଉଥିବା ବେଳେ ମୋଟରସାଇକେଲରୁ ପଡ଼ି ମହିଳା ମୃତ ଅନୁଗୁଳ – ମୋଟରସାଇକେଲରୁ ପଡ଼ି ଜଣେ ମହିଳା ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ତାଳଚେର…
ବ୍ୟବସାୟୀଙ୍କ ଘରେ ରେଡ଼ ଅନୁଗୁଳ – ଅନୁଗୁଳର ବିଶିଷ୍ଟ ବ୍ୟବସାୟୀ ସୁନିଲ ଅଗ୍ରୱାଲଙ୍କ ଘର ଓ ବ୍ୟବସାୟୀଙ୍କ ପ୍ରତିଷ୍ଠାନରେ ଚାଲିଛି ରେଡ୍ । DGGI ପକ୍ଷରୁ ଆଜି ପୂର୍ବାହ୍ନରୁ ଚାଲିଛି GST…