ମୁଖ୍ୟ ଖବର ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ Angul OnlineOctober 18, 2024October 18, 2024 ଅନୁଗୁଳ – ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର ହୋଇଛି ଅନୁଗୁଳ ପୁଲିସ । ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ବିଗତ ଦୁଇ ଦିନ ମଧ୍ୟରେ ଜୋରିମାନା ଆଦାୟ କରାଯାଇଅଛି । ସୂଚନା ଅନୁସାରେ ନୂତନ ଏସ.ପି. ରାହୁଲ ଜୈନ ଅନୁଗୁଳରେ ଯୋଗ ଦେବା ପରେ ଅନୁଗୁଳବାସୀ ଆଶାବାଦୀ ଥିଲେ ଯେ ସଦର ମହକୁମା ହେଉ କିମ୍ବା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଢିଥିବା ଆଇନ ଶ୍ରୁଙ୍ଖଳା ପରିସ୍ଥିତି ଉପରେ ନଜର ଦେବେ । ତେବେ ଅନୁଗୁଳରେ ଯୋଗ ଦେବା ପରେ ପରେ ଏସପି ଜିଲ୍ଲାର ବିରିଷ୍ଠ ପୁଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ ସ୍ଵତନ୍ତ୍ର ଟିମ ମାନ ଗଠନ କରି ଆକ୍ସନ ମୁଡରେ ରହିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ବେଆଇନ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ମଦ ମାଫିଆ ମାନଙ୍କୁ ଗିରଫ କରା ଯାଇଛି । ସେହିଭଳି ବିଭିନ୍ନ ସ୍ଥାନରେ ବେଆଇନବା ଭାବେ ଚାଲିଥିବା ବାଣ କାରଖାନାରେ ଚଢାଉ କରା ଯାଇଛି । ଏତିକିରେ ଅନୁଗୁଳ ପୁଲିସ ନ ରହି ବିଭିନ୍ନ ଅସମାଜିକ କାର୍ଯ୍ୟ କଳାପ ଉପରେ କଡା ନଜର ରଖିଛି ପୁଲିସ । ଏପରିକି ଟ୍ରାଫିକ ନିୟମ ଉଲଂଘନ କରିବା , ବେପରୁଆ ଭାବରେ ତିନିଜଣଙ୍କୁ ଦୁଇଚକିଆ ମୋଟର ଯାନରେ ବସାଇ ଗାଡି ଚଲାଉଥିବା ଉପରେ ଜୋରିମାନା କରା ଯାଇଛି । ଗତ ଦୁଇଦିନ ଭିତରେ ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ଟ୍ରାଫିକ ନିୟମ ଏବଂ ନିୟମାବଳୀ ମାନିବାକୁ ଅନୁଗୁଳ ପୁଲିସ ସମସ୍ତଙ୍କୁ ଅନୁରୋଧ କରିଅଛି। Advertisement
ପୁଅ ବୋହୁଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ କୃଷ୍ଣା ମହାନ୍ତି ଅନୁଗୁଳ – ବାଜି ରାଉତ ଛାତ୍ରାବାସର ଜମି ହଡ଼ପ ଉଦ୍ୟମ । ଏଭଳି ଅଭିଯୋଗ ଆଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅ ତଥା ସମାଜସେବୀ କୃଷ୍ଣା…
ବିଦ୍ୟୁତ୍ ଆଘାତରେ ଦମ୍ପତି ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢାପଙ୍କ ଗ୍ରାମରେ ଘଟିଛି ଏକ ଅଘଟଣ । ବିଦ୍ୟୁତ୍ ଆଘାତରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ମୃତ…
ବସ ପଛରେ ପିଟି ହେଲା ମୋଟରସାଇକେଲ – ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ୪୯ ନମ୍ବର ଜାତୀୟ ରାଜପଥ ସାମିୟାପାଲି ଛକ ନିକଟରେ ସୋମବାର ଦୁର୍ଘଟଣା ଘଟିଛି । ଆଜି ସକାଳୁ ସାଇନାଥ…