ଖେଳ ଓ ଖେଳାଳି କମାଣ୍ଡୋ-୧୧ ଚମ୍ପିୟାନ Angul OnlineOctober 15, 2021October 15, 2021 ଅନୁଗୁଳ – ଲୁଟୁ ୱାରିଅର୍ସ ପ୍ରିମୀୟର ଲିଗ୍ ର ଫାଇନାଲ ମ୍ୟାଚ ସ୍ଥାନୀୟ ପିଟିସି ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲରେ ଭୁବନେଶ୍ଵରର କମାଣ୍ଡୋ-୧୧ ଓ ତେଲକୋଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ ୩ ଟି ଫର୍ମାଟରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚ କମଣ୍ଡୋ ୧୧ ଜିତିଥିବା ବେଳେ ୨ୟ ମ୍ୟାଚ୍ ତେଲକୋଇ ଜିତିଥିଲା । ଫଳରେ ଶେଷ ମ୍ୟାଚ୍ ନିର୍ଦ୍ଧାରିତ ୩ ଓଭରରେ କମାଣ୍ଡୋ-୧୧ ପ୍ରଥମେ ବ୍ୟାଟିଂ କରି ୫୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ତେଲକୋଇ ୪ ୱିକେଟ ହରାଇ କେବଳ ୩୧ ରନ୍ ସଂଗ୍ରହ କରିପାରିଥିଲା । ଲୁଟୁ ୱାରିଅର୍ସର ଫାଇନାଲ ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ଜିଲ୍ଲା କ୍ରିକେଟ୍ ସଙ୍ଘର ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ରାଜ୍ୟ ଯୁବ ମୋର୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ରାଉତରାୟ , ଯୁବମୋର୍ଚ୍ଚା ମୁଖପାତ୍ର ଶ୍ରୀ ପୁରୁଷତ୍ତମ ନାୟକ ଯୋଗଦାନ କରିବା ସହ ଉଭୟ ଦଳଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରିମିୟର ଲିଗ୍ କୁ ଚିନ୍ମୟ ସାହୁ , ସଞ୍ଜୀବ ପାତ୍ର ଓ କ୍ରାନ୍ତିରଞ୍ଜନ ଅମାନ୍ତ ଏବଂ ସ୍କୋରର ସନ୍ତୋଷ ବରାଳ ପରିଚାଳନା କରିଥିଲେ । ଶିମିଳିପଡାର ମହିମା ନେହେରୁ କ୍ଲବ ସଦସ୍ୟ ଅନୁପ ସାମଲ , ଅରୂପ ସାମଲ, ନବୀନ ସାମନ୍ତ, ସୂର୍ଯ୍ୟକାନ୍ତ ପ୍ରଧାନ, ସୂର୍ଯ୍ୟନାରାୟଣ ପଟ୍ଟନାୟକ , ରଶ୍ମିରଞ୍ଜନ ସାହୁ , ରାକେଶ ସାମଲ , ସନ୍ଦୀପ କର , ଦେବି ରଞ୍ଜନ ସାମଲ ପ୍ରମୁଖ ସହଯୋଗ କରିଥିଲେ । Advertisement
ଜେଏସପି ଭଲିବଲ୍ ଟୁର୍ନାମେଣ୍ଟ ୨୦୨୩ – ରୟାଲ୍ ଡାଇନାମୋସ୍ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଭଲିବଲ ଟୁର୍ନାମେଣ୍ଟ –…
ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଲେ ଜିଲ୍ଲାର ଦୁଇ କ୍ରିଡାବିଦ୍ ଅନୁଗୋଳ – ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଛନ୍ତି ଅନୁଗୋଳ ଦୁଇ ଜଣ କ୍ରିଡାବିଦ୍ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସ୍ବାଧୀନ ମାଝୀ ଉଚ୍ଚ…
ଉଦଯାପିତ ହେଲା ଫୁଟସଲ – ୨୦୨୩ , ଜୋସ ଟିମ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ…