ରାଜନୀତି ପ୍ରଚାରର ଶେଷ ଦିନରେ କଂଗ୍ରେସ ଜାରି କଲା ଇସ୍ତାହାର Angul OnlineMarch 22, 2022March 22, 2022 adv- ଅନୁଗୁଳ – ଅନୁଗୁଳ ପୌର ନିର୍ବାଚନ ପାଇଁ ଆଜି(ମଙ୍ଗଳବାର) ଶେଷଦିନ ଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ତଥା ପୌରାଧ୍ୟକ୍ଷ ପ୍ରାର୍ଥୀ ବାଳବୀର ସିଂଙ୍କ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରା ଯାଇଛି । ଏହି ଇସ୍ତାହାର ଅନୁସାରେ କଂଗ୍ରେସ ପୌରାଧ୍ୟକ୍ଷ ପଦବୀ ପାଇଲେ ସହରରେ ପ୍ରତିଦିନ ଦୁଇଥର ଅଳିଆ ଓ ରାସ୍ତା ସଫା କରାଯିବ । ପୌରପାଳିକା ସବୁ ନାଳନର୍ଦ୍ଦମାର ପୁନଃଉଦ୍ଧାର ଏବଂ ନିୟମିତ ହିସାବରେ ସଫା କରାଯିବ । ହୁଲୁରିସିଂହା , ହେମସୁରପଡା , ଶିକ୍ଷକପଡା , କଲେଜ ଛକ ଠାରେ ବେକାର ଯୁବକ , ଯୁବତୀଙ୍କ ରୋଜଗାର ନିମନ୍ତେ ମେଗା ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯିବ । ପୌରପାଳିକା ଭିତରେ ଥିବା ସବୁ ପୋଖରିର ଉନ୍ନତି କରଣ ଓ ଚାରିପଟେ ଔଷଧୀୟ ବୃକ୍ଷ ରୋପଣ କରାଯିବ । ବସ୍ତି ବାସିନ୍ଦା ଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ । ବସ୍ତିରେ ଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାମାନଙ୍କର ସନ୍ଧ୍ୟାରେ ମାଗଣା ଟିୟୁସନର ବ୍ୟବସ୍ଥା କରାଯିବ । ତିନୋରୁ ଚାରୋଟି ୱାର୍ଡକୁ ମିସାଇ ପ୍ରତି ରବିବାର ମା ଓ ଭଓଣୀ ଏବଂ ପିଲାଙ୍କର ମାଗଣା ଚିକିତ୍ସା ର ବ୍ୟବସ୍ଥା କରାଯିବ । ପ୍ରତି ୱାର୍ଡରେ ସ୍ଵଛ R.O ପାଣିର ବ୍ୟବସ୍ଥା କରାଯିବ । ପ୍ରତି ବସ୍ତିରୁ ୨୦ ରୁ ୨୫ ଜଣଙ୍କୁ ରୋଜଗାର ପ୍ରତିଶ୍ରୁତି । ଅନୁଗୁଳର ଜରାଜୀର୍ଣ୍ଣ ଓ ଲୁପ୍ତ ହୋଇଯାଇଥିବା ସଙ୍ଗୀତ ବିଦ୍ୟାଳୟକୁ ଓଡ଼ିଶାର ଅଗ୍ରଣୀ ସଙ୍ଗୀତ ବିଦ୍ୟାଳୟ ରୂପରେ ଗଢିତୋଳିବା । ଉଠା ଦୋକାନୀଙ୍କ ନିମନ୍ତେ ଭେଣ୍ଡିଙ୍ଗ ଜୋନର ବ୍ୟବସ୍ଥା । ବଜାର ମଧ୍ୟରେ ପ୍ରତି ୧୦୦ ମିଟରରେ ସ୍ଵୟଂଚାଳିତ ପରିଶ୍ରାଗାରର ବ୍ୟବସ୍ଥା । ଅନୁଗୁଳ ବାସିନ୍ଦାଙ୍କ ପ୍ୟାତଃଭ୍ରମଣ ନିମନ୍ତେ ୪୦୦ ମିଟରର ସିନ୍ଥେଟିକ ଟ୍ରାକର ନିର୍ମାଣ । ପ୍ରତି ୱାର୍ଡରେ ପ୍ରତି ମାସରେ ଗୋଟିଏ ଦିନ ୱାର୍ଡର ସଚେତନ ନାଗରିକ , କାଉନସିଲର , ବସ୍ତିର ନାଗରିକଙ୍କ ସହ ମିଶି ୱାର୍ଡର ସମସ୍ତ ସମସ୍ୟା ବିଷୟରେ ସଚେତନ ସଭାର ଆୟୋଜନ କରାଯିବ । ଅନୁଗୁଳ ଶ୍ମଶାନରେ ବିଦ୍ୟୁତ ଚାଳିତ ଯନ୍ତ୍ର ର ନିର୍ମାଣ କରାଯିବ । ଅନୁଗୁଳ ପୌରପାଳିକା ମଧ୍ୟରେ ଯାଉଥିବା ଜାତୀୟ ରାଜପଥକୁ ମାସକ ଭିତରେ ସୁନ୍ଦର ରାସ୍ତାରେ ପରିଣତ କରାଯିବ । ଅନୁଗୁଳ ମୁନିସିପାଲିଟିର ସବୁ ଛୋଟ ଓ ବଡ଼ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଏହି ଇସ୍ତାହାରରେ ଜଣା ଯାଇଛି । Advertisement
ନେତାଙ୍କ ପାଠ କେତେ ? ଅନୁଗୁଳ – ମେ ମାସ ୨୫ ତାରିଖାରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । ଅନୁଗୁଳ ଜିଲ୍ଲାରେ ଚଳିତ ନିର୍ବାଚନରେ ରଣାଙ୍ଗନକୁ…
ସରପଞ୍ଚଙ୍କୁ କାର୍ଯ୍ୟ ହସ୍ତାନ୍ତର କରୁନାହାନ୍ତି ପିଇଓ – ଜିଲ୍ଲାପାଳଙ୍କୁ ଫେରାଦ ଅନୁଗୁଳ – ତ୍ରିସ୍ତରୀୟ ନିର୍ବାଚନ ସଦ୍ୟ ସମାପ୍ତ ହୋଇଥିବା ବେଳେ ନବ ନିର୍ବାଚିତ ସରପଞ୍ଚ ମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବ ସରପଞ୍ଚଙ୍କ ପରେ ଦାୟିତ୍ୱରେ…
ବିଜେଡିର ବିକ୍ଷୋଭ ଓ ପ୍ରତିବାଦ – ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଦାବିପତ୍ର ଅନୁଗୋଳ – ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ଅନୁଗୋଳ…