ରାଜନୀତି ପ୍ରଚାରର ଶେଷ ଦିନରେ କଂଗ୍ରେସ ଜାରି କଲା ଇସ୍ତାହାର Angul OnlineMarch 22, 2022March 22, 2022 adv- ଅନୁଗୁଳ – ଅନୁଗୁଳ ପୌର ନିର୍ବାଚନ ପାଇଁ ଆଜି(ମଙ୍ଗଳବାର) ଶେଷଦିନ ଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ତଥା ପୌରାଧ୍ୟକ୍ଷ ପ୍ରାର୍ଥୀ ବାଳବୀର ସିଂଙ୍କ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରା ଯାଇଛି । ଏହି ଇସ୍ତାହାର ଅନୁସାରେ କଂଗ୍ରେସ ପୌରାଧ୍ୟକ୍ଷ ପଦବୀ ପାଇଲେ ସହରରେ ପ୍ରତିଦିନ ଦୁଇଥର ଅଳିଆ ଓ ରାସ୍ତା ସଫା କରାଯିବ । ପୌରପାଳିକା ସବୁ ନାଳନର୍ଦ୍ଦମାର ପୁନଃଉଦ୍ଧାର ଏବଂ ନିୟମିତ ହିସାବରେ ସଫା କରାଯିବ । ହୁଲୁରିସିଂହା , ହେମସୁରପଡା , ଶିକ୍ଷକପଡା , କଲେଜ ଛକ ଠାରେ ବେକାର ଯୁବକ , ଯୁବତୀଙ୍କ ରୋଜଗାର ନିମନ୍ତେ ମେଗା ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯିବ । ପୌରପାଳିକା ଭିତରେ ଥିବା ସବୁ ପୋଖରିର ଉନ୍ନତି କରଣ ଓ ଚାରିପଟେ ଔଷଧୀୟ ବୃକ୍ଷ ରୋପଣ କରାଯିବ । ବସ୍ତି ବାସିନ୍ଦା ଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ । ବସ୍ତିରେ ଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାମାନଙ୍କର ସନ୍ଧ୍ୟାରେ ମାଗଣା ଟିୟୁସନର ବ୍ୟବସ୍ଥା କରାଯିବ । ତିନୋରୁ ଚାରୋଟି ୱାର୍ଡକୁ ମିସାଇ ପ୍ରତି ରବିବାର ମା ଓ ଭଓଣୀ ଏବଂ ପିଲାଙ୍କର ମାଗଣା ଚିକିତ୍ସା ର ବ୍ୟବସ୍ଥା କରାଯିବ । ପ୍ରତି ୱାର୍ଡରେ ସ୍ଵଛ R.O ପାଣିର ବ୍ୟବସ୍ଥା କରାଯିବ । ପ୍ରତି ବସ୍ତିରୁ ୨୦ ରୁ ୨୫ ଜଣଙ୍କୁ ରୋଜଗାର ପ୍ରତିଶ୍ରୁତି । ଅନୁଗୁଳର ଜରାଜୀର୍ଣ୍ଣ ଓ ଲୁପ୍ତ ହୋଇଯାଇଥିବା ସଙ୍ଗୀତ ବିଦ୍ୟାଳୟକୁ ଓଡ଼ିଶାର ଅଗ୍ରଣୀ ସଙ୍ଗୀତ ବିଦ୍ୟାଳୟ ରୂପରେ ଗଢିତୋଳିବା । ଉଠା ଦୋକାନୀଙ୍କ ନିମନ୍ତେ ଭେଣ୍ଡିଙ୍ଗ ଜୋନର ବ୍ୟବସ୍ଥା । ବଜାର ମଧ୍ୟରେ ପ୍ରତି ୧୦୦ ମିଟରରେ ସ୍ଵୟଂଚାଳିତ ପରିଶ୍ରାଗାରର ବ୍ୟବସ୍ଥା । ଅନୁଗୁଳ ବାସିନ୍ଦାଙ୍କ ପ୍ୟାତଃଭ୍ରମଣ ନିମନ୍ତେ ୪୦୦ ମିଟରର ସିନ୍ଥେଟିକ ଟ୍ରାକର ନିର୍ମାଣ । ପ୍ରତି ୱାର୍ଡରେ ପ୍ରତି ମାସରେ ଗୋଟିଏ ଦିନ ୱାର୍ଡର ସଚେତନ ନାଗରିକ , କାଉନସିଲର , ବସ୍ତିର ନାଗରିକଙ୍କ ସହ ମିଶି ୱାର୍ଡର ସମସ୍ତ ସମସ୍ୟା ବିଷୟରେ ସଚେତନ ସଭାର ଆୟୋଜନ କରାଯିବ । ଅନୁଗୁଳ ଶ୍ମଶାନରେ ବିଦ୍ୟୁତ ଚାଳିତ ଯନ୍ତ୍ର ର ନିର୍ମାଣ କରାଯିବ । ଅନୁଗୁଳ ପୌରପାଳିକା ମଧ୍ୟରେ ଯାଉଥିବା ଜାତୀୟ ରାଜପଥକୁ ମାସକ ଭିତରେ ସୁନ୍ଦର ରାସ୍ତାରେ ପରିଣତ କରାଯିବ । ଅନୁଗୁଳ ମୁନିସିପାଲିଟିର ସବୁ ଛୋଟ ଓ ବଡ଼ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଏହି ଇସ୍ତାହାରରେ ଜଣା ଯାଇଛି । Advertisement
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ୧୩ ଦାବି ଅନୁଗୁଳ – ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପାଟନାୟକଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ…
ବିଜେପି ନେଲାବେଳେ ଚତୃର୍ଭୁଜ, ଦେଲାବେଳେ ଖାଲି ହାତ ଅନୁଗୁଳ – ଅନୁଗୁଳର ଛେଣ୍ଡିପଦା ଓ ଆଠମଲ୍ଲିକରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ବିଜେଡି ବରିଷ୍ଠ ନେତା…
କଂଗ୍ରେସରେ କଉଠି କିଏ ହେବ ପ୍ରାର୍ଥୀ ତାକୁ ନେଇ ସରୁନି ଦ୍ଵନ୍ଦ ଅନୁଗୁଳ – ବିଜେଡି ଲୋକସଭା ସହ କିଛି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲାଣି । ବିଜେପି ମଧ୍ୟ ଏହି ଦୌଡରେ ଆଗରେ ରହି…