ମୁଖ୍ୟ ଖବର କ୍ଷମା ପାଇଁ ଶାନ୍ତିଯଜ୍ଞ Angul OnlineNovember 25, 2021November 25, 2021 ଅନୁଗୁଳ – ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହିବା ପ୍ରସଙ୍ଗକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉଆ ନାହିଁ । ଗତ ୨୦ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ସମୟରେ ଅନୁଗୁଳ ବିଧାୟକ ତଥା ଉପ- ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ସାଢ଼େଚାରି କୋଟି ଓଡ଼ିଆଙ୍କ ଠାକୁର ବୋଲି କହିବା ଯୋଗୁଁ ଏହା ଜନସାଧାରଣଙ୍କ ଭାବାବେଗକୁ ଆଘାତ କରିଛି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ତେଣୁ ଆଜି ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବଲବୀର ସିଂଙ୍କ ନେତୃତ୍ଵରେ ଏକ ନିଆରା ଉପାୟରେ ପ୍ରତିବାଦ କରିଥିଲା କଂଗ୍ରେସ । ତାଙ୍କୁ ଏହି ଭୁଲ ପାଇଁ କ୍ଷମା ଦେବାକୁ ପ୍ରାର୍ଥନା କରି ଶୈଳଶ୍ରୀକ୍ଷେତ୍ର ସମ୍ମୁଖରେ ଏକ ଶାନ୍ତିଯଜ୍ଞର ଆୟୋଜନ କରାଯାଇଥିଲା । ମହାପ୍ରଭୁ ଜଗନ୍ନାଥ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କୁ ସଦବୃଦ୍ଧି ଦିଅନ୍ତୁ ଏବଂ ଆଗ,ମି ଦିନରେ କିଭଳି ସେ ଜଗନ୍ନାଥଙ୍କୁ କାହା ସହ ତୁଳନା ନ କରିବେ ସେଥିପାଇଁ ଶାସ୍ତି ଦିଅନ୍ତୁ ବୋଲି କଂଗ୍ରେସ କହିଛି । ଏହା ସହ ଆଗକୁ ସଂପୂର୍ଣ୍ଣ ଭାବେ ଉପ ବାଚସ୍ପତି ରଜନୀକାନ୍ତ ସିଂହ କ୍ଷମା ନ ମାଗିଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ବଲବୀର ସିଂହ କହିଛନ୍ତି ଯେ ଉପବାଚସ୍ପତି ଙ୍କୁ ଜଗନ୍ନାଥ ଶକ୍ତି ଦିଅନ୍ତୁ ସେ ଜିଲ୍ଲାର ବେକାରୀ ସମସ୍ୟା ଦୁରକରନ୍ତୁ ଓ ଠିକ ଭାବରେ ନିଜ କାର୍ଯ୍ୟକୁ ତୁଲାଇ ପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିପ୍ଳବ ଜେନା, ଓବିଶି ସେଲ ସଭାପତି ଜିତେନ୍ଦ୍ର ସାହୁ ଜିଲ୍ଲା କଂଗ୍ରେସ ଉପ ସଭାପତି ସୁନୀଲ ପ୍ରଧାନ, ତପନ ପ୍ରଧାନ, ସତ୍ୟଜିତ ସାହୁ ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା, ଛାତ୍ର କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ ,ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ସବିତା ଧୀର, ଜିଲ୍ଲା ମହିଳା କଂଗ୍ରେସ ସଭାପତି ତପସ୍ୱିନୀ ବିଶ୍ୱାଳ, ନଗର ମହିଳା କଂଗ୍ରେସ ସଭାପତି କାଶୀଦା ଖାନ ଏବଂ ଯୁବ କଂଗ୍ରେସ ଉପ ସଭାପତି ଅଭିଷେକ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଦୋକାନ ଘର ଭିତରକୁ ପଶିଗଲା ଟ୍ରକ ଛେଣ୍ଡିପଦା – ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର ଛେଣ୍ତିପଦା ଥାନା ଛକରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା କଡରେ ଥିବା ୨ଟି ଦୋକାନ ଘରକୁ ଧକ୍କା…
ଦୁର୍ଘଟଣାରେ ଏମ.ପି.ଙ୍କ ଅଫିସ ଆସିଷ୍ଟାଣ୍ଡ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ସ୍ଥିତ ସୂର୍ୟା ଗାର୍ଡେନ ହୋଟେଲ ସମ୍ମୁଖରେ ଏକ ସ୍କୁଟିକୁ ପଛପଟୁ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର…
ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା-ଅଭିଯୁକ୍ତ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଶିଗଡ଼ ପଞ୍ଚାୟତର ନନ୍ଦିନୀପାଲି ଗାଁରେ ଗତ ଗୁରୁବାର ଅର୍ଥାତ ୨୦ ତାରିଖ ସନ୍ଧ୍ୟା ରେ ୩୨ ବର୍ଷୀୟ…