ରାଜନୀତି ନଅରୁ ନବେ ଆସନ ନେବ କଂଗ୍ରେସ- ଶରତ ପଟ୍ଟନାୟକ Angul OnlineSeptember 26, 2022September 26, 2022 ଅନୁଗୁଳ – ରାହୁଲ ଗାନ୍ଧୀ ଭାରତ ଜୋଡୋ ଅଭିଯାନ କରୁଥିବା ବେଳେ ଅନୁଗୁଳରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ଅନୁଗୁଳ ଗସ୍ତରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଆସିଥିବା ବେଳେ ଆଜି ହଜାର ହଜାର କଂଗ୍ରେସ କର୍ମୀଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ରାଜାଛକଠାରୁ କଂଗ୍ରେସ ଭବନ ଯାଏ ଯାଇଥିଲେ । ପ୍ରଥମେ ଶ୍ରୀ ପଟ୍ଟନାୟକ ମହାରାଜା ସୋମନାଥ ସିଂହ ଜଗଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ତାପରେ ଏକ ଖୋଲା ଜିପରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଆସିଥିଲେ । ଏହି ଶୋଭାଯାତ୍ରାରେ ଶତାଧିକ କର୍ମୀ ସାମିଲ ହୋଇଥିବା ବେଳେ ଅନେକ ଦିନ ପରେ ଅନୁଗୁଳ କଂଗ୍ରେସ ଏତେ ସଂଖ୍ୟାରେ କର୍ମୀ ଏକଜୁଟ କରି ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଥିଲା । ପରେ କଂଗ୍ରେସ ଭବନରେ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶରତ ପଟ୍ଟନାୟକ ଯୋଗଦେଇ କଂଗ୍ରେସ କର୍ମୀଙ୍କୁ ଏକଜୁଟ ହୋଇ କାମ କରିବା ସହ ଆଗାମୀ ନିର୍ବାଚନରେ କଂଗ୍ରେସ ଏବେ ନଅଟି ଆସନରେ ଥିବା ବେଳେ ଆଗକୁ ନବେ ଆସନ ଜିତି ନିଶ୍ଚିତ ସରକାର ଗଠନ କରିବ ବୋଲି ଦୃଢତା ପ୍ରକାଶ କରିଥିଲେ । ସଭାରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା , ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର , ଚିନ୍ମୟ ବେହୁରା , ଆଇଏନଟିୟୁସିର ଉପସଭାପତି କିଶୋର ଜେନା , ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର , ନିଖିଳ ଭାରତ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରା , ବିଜୟ ଚାଉଳିଆ ଓ ସୁବ୍ରତ ଗଡନାୟକ ପ୍ରମୁଖଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ରାଜ୍ୟ ଓବିସି ସେଲ ସମ୍ପାଦକ ଜିତେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ । Advertisement
ଚର୍ଚ୍ଚାରେ ପୂର୍ଣ୍ଣେଛେଦ ଟାଣିଲେ ସଞ୍ଜୀବ – ଖୁବ ଶୀଘ୍ର ବସିବେ ନୂଆଁ ନାଆରେ ଅନୁଗୁଳ – ବିରମହାରାଜପୁର ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜେଡିରୁ ଇସ୍ତଫା ଦେବା ପରେ ଜିଲ୍ଲା ରାଜନୀତି…
୨୩ ବର୍ଷର ଅବ୍ୟବସ୍ଥା ବିରୋଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ – ଗତ ଦୁଇଦିନ ହେଲା ଅନୁଗୋଳ ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତ ବେଳେ ସେ ଅନୁଗୋଳ ଜିଲ୍ଲାର ବିଭିନ୍ନ…
ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଓ ପ୍ରତିଶ୍ରୁତି ଅନୁଗୁଳ – ପୌର ନିର୍ବାଚନ ପାଇଁ ଆଉ ଦିନ କେଇଟା ହାତରେ ଥିବା ବେଳେ ଆଜି ଜିଲ୍ଲା ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରା ଯାଇଛି…