ଅପରାଧମୁଖ୍ୟ ଖବର ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ Angul OnlineFebruary 6, 2021February 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା । ଆଜି ପୁଣି ଆଉ ଏକ ନକଲି ସାମଗ୍ରୀ ତିଆରି କାରଖାନା ଠାବ କରା ଯାଇଛି । ଅନୁଗୁଳ ସହର ନିକଟବର୍ତ୍ତୀ ଭଣ୍ଡୁବର ନିକଟରେ ଏକ ନକଲି ଚଟପଟି ଶୁଖିଲା ଖାଦ୍ୟ କାରଖାନା ଉପରେ ଚଢ଼ାଉ ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଓ ସଦର ଥାନା ଆଜି ରାତି ପ୍ରାୟ ୯ ଟା ବେଳେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ଚିପସ ଆଉ କୁରକୁରେ , ତିଆରି ପାଇଁ ରଖାଯାଇଥିବା ମସଲା ଓ ବିଭିନ୍ନ କମ୍ପାନୀର ଜରି ପ୍ୟାକେଟ ଜବତ କରା ଯାଇଛି । ଏହା ସହ ଏହି କାରଖାନାର ମାଲିକ ସନ୍ଦୀପ ଗୋୟଲକୁ ଅଟକ ରଖାଯାଇଛି । ପ୍ରାୟ ପାଞ୍ଚ ବର୍ଷ ହେଲା ଏହି କାରଖାନା ଏଠାରେ ଚାଲିବା ସହ ବିଭିନ୍ନ କମ୍ପାନୀର ନାମରେ ପ୍ୟାକେଟ ସିଲ କରି ବଜାରରେ ବିକ୍ରି କରା ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ଆଜି ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଅଫିସର ଦୀନକୃଷ୍ଣ ମିଶ୍ର , ଅନୁଗୁଳ ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ସଦଳବଳ ଚଢ଼ାଉ କରିଥିଲେ । ତଦନ୍ତ ପରେ ଏହି କାରଖାନା ଚାଲିବାର ସମସ୍ତ କାଗଜପତ୍ର ଠିକ ଅଛି ନା ନାହିଁ ତାହା ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହା ଯାଇଛି । Advertisement
୫ ବର୍ଷ ଶିଶୁକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଥାନା କୁମଣ୍ଡ ବେଲସୁଣ୍ଡା ଗ୍ରାମରେ ଦେଢ଼ ବର୍ଷ ତଳେ ଜଣେ ଶିଶୁ ପୁତ୍ରକୁ ହତ୍ୟା ଉଦ୍ୟମ ମାମଲାର ରାୟ ଗୁରୁବାର ସିଜେଏମ୍ କୋର୍ଟରେ…
ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁରସ୍ଥିତ ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି । ସୂଚନା ଅନୁସାରେ ,…
ଚୋରୀ ପିକଅପ ଭ୍ୟାନ ଜବତ – ତିନି ଗିରଫ ଅନୁଗୁଳ – ପିକ୍ଅପ୍ ଭ୍ୟାନ୍ ଚୋରି କରି ତିନି ଗିରଫ । ଅନୁଗୁଳ ସହର ଗାନ୍ଧୀମାର୍ଗରେ ରହୁଥିବା ପ୍ରଶାନ୍ତ କୁମାର ବେହେରାଙ୍କ ପିକ୍ଅପ୍ ଭ୍ୟାନଟି ଗତ ୬…